-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
23-Nov-2022
ଝାରସୁଗୁଡ଼ା(ପ୍ରେରଣା ଖବର ବ୍ୟୁରୋ) : ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ ଝଗଡ଼ା କରି ପୁଣି ପଳାଉଥିଲା ।
ହେଲେ ବୁଧବାର ନିର୍ଲଜ ସ୍ୱାମୀ ସାମସନ କୁମାର ସବୁ ସୀମା ଟପି ଯାଇଛି । ସକାଳୁ ବଲାଙ୍ଗିରରୁ ଆସି ଝାରସୁଗୁଡ଼ାରେ ସାମସନ ବର୍ବରତାର ସବୁ ସୀମା ଟପିବାକୁ ଉଦ୍ୟମ କରିଛି । ପ୍ରଥମେ ସ୍ତ୍ରୀକୁ ମାଡ଼ ମାରିବା ସହ ପ୍ରତିବାଦ କରିବାରୁ ଶାଶୂ, ଶ୍ୱଶୁର ଓ ଶଳାକୁ ମରଣାନ୍ତକ ଆକ୍ରମଣ କରି ଫେରାର୍ ହୋଇଯାଇଛି ସାମସନ୍ ।
ଏହି ଘଟଣା ଝାରସୁଗୁଡ଼ା ସହରରେ ଆଲୋଡ଼ନ ସୃଷ୍ଟି କରିଛି । ଆହତ ଶ୍ୱଶୁର ରାମକୃଷ୍ଣଙ୍କ ସହ ଶାଶୂ ବିଣା ଓ ଶଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାରିବାରିକ ହିଂସା ନେଇ ରାମକୃଷ୍ଣଙ୍କ ପରିବାର ଏତଲା ଦେଇଥିବା ବେଳେ ତଦନ୍ତ କରୁଛି ଝାରସୁଗୁଡ଼ା ଟାଉନ୍ ଥାନା ପୋଲିସ । ୨୦୧୧ ମସିହାରେ ବଲାଙ୍ଗିରର ସାମସନଙ୍କୁ ପ୍ରେମ ବିହାର କରିଥିଲେ ରାମକୃଷ୍ଣଙ୍କ ଝିଅ । ବିବାହର କିଛିବର୍ଷ ପରେ ଝଗଡ଼ା ପରେ ୩ ବର୍ଷ ତଳେ ସେ ବାପଘରକୁ ଚାଲି ଆସିଥିଲେ ।