-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
23-Nov-2022
ବରଗଡ:-ବରଗଡ଼ ଜିଲ୍ଲା ବିଜେପୁର ମହାବିଦ୍ୟାଳୟ ଠାରେ ହଷ୍ଟେଲ ରେ ରହି ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କ ପାଖକୁ କଲେଜର ଅଧ୍ୟକ୍ଷ ଶ୍ରୀମାନ ପ୍ରଦୀପ କୁମାର ମିଶ୍ର ଙ୍କ ତତ୍ୱାବଧାନରେ ସ୍ଥାନୀୟ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର
ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର ତାଙ୍କ ମେଡିକାଲ ଟିମ୍ ସହ ଆସି ଅନ୍ତେବାସୀ ମାନଙ୍କ ସ୍ୱାସ୍ଥ୍ୟପରିକ୍ଷା ସମେତ ରକ୍ତ ନମୁନା ଯାଞ୍ଚ କରାଯାଇ ସରକାରୀ ଉପଲବ୍ଧ ଔଷଧ ବଣ୍ଟନ କରାଯାଇଥିଲା।ଏହି ସ୍ୱାସ୍ଥ୍ୟ ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ଦିନମଣୀ ପଣ୍ଡା,କ୍ରିଷ୍ଣା ରାଉତ,ରକ୍ତ ପରୀକ୍ଷାକ ପ୍ରଦୀପ ରାଉତ ସମେତ ସୁପରଭାଇଜର ରୁଦ୍ରଦେବ ଡନସନା,କ୍ଷେତ୍ରବାସୀ ସାହୁ
ମେଡିକାଲ ଟିମ୍ ସହ ଆସି ସ୍ୱାସ୍ଥ୍ୟ ଶିବିର କୁ ସୁପରିଚାଳନା କରିଥିଲେ।ସ୍ୱାସ୍ଥ୍ୟ ଶିବିର ର ସାଙ୍ଗଠନୀକ ଦାୟିତ୍ୱ ସୁପରିଟେଣ୍ଡେଡ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ ତୁଲାଇଥିଲେ।ଏହି ଶିବିର ରେ ସମୁଦାୟ ୫୨ ଜଣ ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟପରିକ୍ଷା ନିରିକ୍ଷା କରାଯାଇଥିଲା।ଶେଷରେ ସମସ୍ତ ଛାତ୍ରୀ ମାନଙ୍କୁ ଏକ କ୍ଳାସ କୋଠରୀ କୁ ନେଇ ସିଏଚଓ କ୍ରିଷ୍ଣା ରାଉତ ଏବଂ ଦିନମଣୀ ପଣ୍ଡା ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରିଥିଲେ।
(ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)