-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
23-Nov-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି ଜୁନିୟର କଲେଜରେ ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉଲୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର, ରେଡକ୍ରସ ଓ ଜୁନିୟର କଲେଜେ ମିିଲିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ମେଡିକାଲ ଅଫିସର ଡ.ଅରୁଣ କୁମାର, ମେଡିକାଲ ଅଫିସର ଡ. ଦିପ୍ତୀମାଲା କାଲୋ, ଫାର୍ମଶିଷ୍ଠ ରମାକାନ୍ତ ଭୋଇ, ଷ୍ଟାଫ ନର୍ସ ଆଭାରାଣୀ ପର୍ଡୀଆ, ଜିତେନ୍ଦ୍ର ସେଠୀ ଯୋଗଦେଇ ୨୧୪ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ଏହି ଅବଶରରେ ଡ. ଦିପ୍ତୀମାଲା ଛାତ୍ରୀ ମାନଙ୍କୁଫିମେଲ ହାଇଜିନ ଉପରେ ସମ୍ପର୍କରେ ବୁଝାଇଥିଲେ । ଶିବିରକୁ ପ୍ରଧ୍ୟାପକ ନିରଂଜନ ଦାସ ଏବଂ ରେଡକ୍ରସ କାଉନସେଲର ଶିବ ନାରାୟଣ ମହାକୁର ପରିଚାଲନା କରିଥିଲେ । ଅଧ୍ୟାପକ ଭକ୍ତନାଥ ପଣ୍ଡା, ସରୋଜ କୁମାର ପାଣ୍ଡିଆ, ନାରାୟଣ ହୋତା ପ୍ରମୁଖ ସହଯୋଗ କରିଥିଲେ ।