-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
23-Nov-2022
ଭୁବନେଶ୍ୱର: ବିସ୍ଫୋରଣରେ ଥରି ଉଠିଲା ଓଡ଼ିଶାର ୩ ଜିଲ୍ଲା । ବୁଧବାର ରାଜ୍ୟର ୩ ଜିଲ୍ଲା ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ବଡ଼ ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ପ୍ରାଣ ବିକଳରେ ଯିଏ ଜୁଆଡ଼େ ପାରିଥିଲେ ଧାଇଁଥିଲେ ।ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ୩ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି । ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଭା ଯାଇଥିବା ଯାଜପୁର ଲୋକେ ଆଶଙ୍କା କରୁଛନ୍ତି । ତେବେ କାହିଁକି ଏତେ ଜୋରରେ ଶବ୍ଦ ହେଲା ତାହା ଏବେ ଯାଏ ଜଣାପଡ଼ି ନାହିଁ ।