-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
23-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକାର ସାମୁହିକ ଉନ୍ନତି ନେଇ ଆଜି ବିନିକା ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଏନଏସି ନଗରପାଳ ସୁବାସ ଚନ୍ଦ୍ର ଭୋଇ ଙ୍କୁ ଭେଟି ଆଲୋଚନା କରିଛନ୍ତି। ସମସ୍ୟା ମଧ୍ୟରେ ବର୍ତମାନ ସୋନପୁର-ବିନିକା-ଡୁଙ୍ଗୁରିପାଲି ରାଜପଥ ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ରାସ୍ତାର ଚଉଡା ୧୦ମିଟର ହେଉଥିବା ବେଳେ ବିନିକା ସହର ଭିତରେ ଯାଇଥିବା ମୁଖ୍ୟରାସ୍ତା(ଚୌକିଜୋର ଠାରୁ ବେଲପଡା ପର୍ଯ୍ୟନ୍ତ) ମଝିରେ ଡିଭାଇଡର ନିର୍ମାଣ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଜନସାଧାରଣଙ୍କ ତରଫରୁ ଦାବି ହେଉଛି ।ପ୍ରକାଶ ଥାଉକି ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ବିନିକା ସହର ପରିଚିତ ।ନୀତି ପ୍ରତିଦିନ ଏହି ସହରକୁ କ୍ରୟ ବିକ୍ରୟ ପାଇଁ ବିଭିନ୍ନ ସ୍ଥାନରୁ ଲୋକେ ଆସୁଛନ୍ତି ।ଏଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ,୪ଗୋଟି ଜାତୀୟ କରଣ ବ୍ୟାଙ୍କ,ଶିଳ୍ପ ଅନୁଷ୍ଠାନ,ମଟର ସୋ ରୁମ,୪ଟି କଲେଜ ସମେତ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରହିଥିବାରୁ ଯିବା ଆସିବା ରେ ରାସ୍ତା ଜନଗହଳି ପୁର୍ଣ୍ଣ ହେଉଛି ।ପୁଣି ଏହି ରାସ୍ତାଦେଇ ହଜାର ହଜାର ସଂଖ୍ୟାରେ ମାଲବାହୀ ଗାଡ଼ି ଯିବା ଆସିବା କରୁଛି ।ସେହିପରି ରାୟପୁର,ନାଗପୁର,ମୁମ୍ୱାଇ ତଥା ବରଗଡ଼ ଜିଲ୍ଲାର ଲୋକେ ବ୍ରହ୍ମପୁର,ରାଜଧାନୀ ଭୁବନେଶ୍ବର,ବିଶ୍ଵ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ଧାମକୁ କମ ଦୂରତା ବିନିକା ସହର ରାସ୍ତାଦେଇ ଯାଉଛନ୍ତି । ଯାହା ଫଳରେ ରାସ୍ତାଟି ଜନଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।ବିନିକା ପୋଲିସ ଓ ଅଗ୍ନିଶମ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ ଦେଢ଼ ବର୍ଷ ମଧ୍ୟରେ ସହରର ଏହି ସଂକୀର୍ଣ୍ଣ ରାସ୍ତାରେ ୨୨ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟି ଥିବାବେଳେ ୬୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି ।ସେହିପରି ପ୍ରାୟ ଦିନମାନଙ୍କରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି ।ଦିନକୁ ଦିନ ଦୁର୍ଘଟଣା ବଡୁ ଥିବାରୁ ସହର ଭିତର ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଡିଭାଇଡର ସିଷ୍ଟମ ପାଇଁ ସର୍ବଦଳୀୟ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି ।ସେହିପରି ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ବିନିକା ଗସ୍ତରେ ଆସିଥିବା ବେଳେ ସଚେତନ ନାଗରିକଙ୍କ ତରଫରୁ ଦାବି କରାଯାଇଛି ।ତେଣୁ ଜନବହୁଳ ବିନିକା ସହରର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରଶସ୍ତିକରଣ ମୁଖ୍ୟ ରାସ୍ତା ମଝିରେ ଡିଭାଇଡର ଏବଂ ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିନିକା ସାମ୍ବାଦିକ ସଂଘର ସୃଜନ କୁମାର ପଣ୍ଡା,ଅଶୋକ କୁମାର ପଣ୍ଡା,ହିମାଂଶୁ ଶେଖର ପୁଟେଲ,ରାମଗୋପାଳ ବାଗ, ଦିଲ୍ଲୀପ ସାହୁ(ନାନା) ପ୍ରମୁଖ କର୍ମକର୍ତ୍ତା ମାନେ ଅଧ୍ୟକ୍ଷ ଶ୍ରୀ ଭୋଇଙ୍କୁ ପରାମର୍ଶ ଦେବାପରେ ଅଞ୍ଚଳବାସୀଙ୍କ ସାମୁହିକ ଦାବିର ସାମାଧନ ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟକୁ ପତ୍ର ଲେଖି ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।