-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
22-Nov-2022
ସମ୍ବଲପୁର: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ)ର ଖିଣ୍ଡା ଛକରେ ଗତ ୧୧ ତାରିଖ ଦିନ ସକାଳ ପ୍ରାୟ ସାଢେ ୬ଟାରେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା I ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଥିଲେ । ଛାତ୍ରୀ ଜଣକଙ୍କ ନାଁ ନେହା ଦୁବେ(୧୭) ହୋଇଥିବା ବେଳେ, ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି I ଦୁର୍ଘଟଣାରେ ଜନୈକ ସେବା ନିବୃତ୍ତ ଯବାନ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ନେହା ଦୁବେ ଅତି ଗୁରୁତର ଆହତ ହୋଇଥିଲେ I ଏହାସହିତ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ I ନେହାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା I ପରେ ତାଙ୍କୁ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୧୦ ଦିନ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ନେହାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା I ସମ୍ବଲପୁର ଜି.ଏମ୍ ଜୁନିଅର କଲେଜର ଛାତ୍ରୀ ହୋଇଥିବା ନେହା ଦୁବେ ଝାରସୁଗୁଡ଼ା ଜିଲ୍ଲାର ହିର୍ମା ଗ୍ରାମର ବାସିନ୍ଦା ନିକା ନିଳାଞ୍ଚଳ ଦୁବେ ଏବଂ ସରସ୍ଵତୀ ଦୁବେଙ୍କ ଏକମାତ୍ର ଝିଅ ଥିଲେ ।
ସାମ୍ବଲପୁର ରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋଟ