-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
21-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା କଂଶାରୀପଡା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ଓ ପୁଣ୍ୟମାସି ଯୁବକ ସଂଘ ତରଫରୁ ଦୀର୍ଘ ୮ଦିନ ଧରି ଚାଲିଥିବା ୨୩୯ତମ ଗୋକୁଳାଷ୍ଟମୀ ଯାତ୍ରା ମହୋତ୍ସବ ଗତକାଲି ରାତିରେ ଉଦଯାପିତ ହେବା ପରେ ଆଜି ପ୍ରଭୁ କୃଷ୍ଣ-ବଲରାମଙ୍କ ନଗର ପରିକ୍ରମା ପରେ ବିଧିବଦ୍ଧ ଭାବେ ସରିଛି ।ନଗରଭ୍ରମଣ ବେଳେ ବିନିକା ସହରର ବିଭିନ୍ନ ସ୍ଥାନରେ ଭକ୍ତମାନେ କୃଷ୍ଣ-ବଳରାମଙ୍କ ପାଦ ଧୋଇ ଆଶିଷ ନେଇଥିଲେ । ବଣ ଜଙ୍ଗଲ ପରିଭ୍ରମଣରେ ଥିବା ପ୍ରଭୁ ଘରକୁ ଫେରିବା ବିଳମ୍ବିତ ଜାଣି ମା ଯୋଶଦା ଓ ବାପା ନନ୍ଦ ରାଜା ଆଖିରେ ଲୁହ ଗଡ଼ାଇ ଆକୁଳ ନୟନରେ ଖୋଜୁଥିବା ବେଳେ ବିନିକା ସ୍ଥିତ ଦଣ୍ଡସନା ପଡ଼ା ଠାରେ ପ୍ରଭୁଙ୍କୁ ପାଇ ଆନନ୍ଦରେ ବିଭୋର ହୋଇଥିଲେ ।ଏହି ଅବସରରେ ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ଗୀତ
ପରିବେଷଣ ସମସ୍ତଙ୍କୁ ମୁଗଧ କରିଥିଲା ଲୀଳାଯାତ୍ରାର ପୂଜକ ଭାବେ ମାନଭଞ୍ଜନ ପୂଜାରୀ,ନରେନ୍ଦ୍ର ନନା,ପୂଜାକର୍ତା କୃଷ୍ଣଚନ୍ଦ୍ର ଦାସ,ଗୁରୁ ମନୋଜ ଦାସ,ସୀତାରାମ ଦାସ,ରଘୁନାଥ ସାହୁ,ଜିଶୁ ସାହୁ,ଶିବଶଙ୍କର ଦାସ,ରଘୁନାଥ ମାହାଣା,ସୂର୍ଯ୍ୟ ଦାସ,ସୀତାରାମ ମାହାଣା,କମିଟି ସଭାପତି ପ୍ରସନ୍ନ ଦାସ,ସମ୍ପାଦକ ସଞ୍ଜୟ ଦାସ,ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ ପ୍ରମୁଖଙ୍କ ସମେତ କମିଟି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।