-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
21-Nov-2022
ସମ୍ବଲପୁର,: ଛୁଟିରେ ଘରକୁ (ପାରୋଲ)ରେ ଆସିଥିବା ଶାସନ ଥାନା କଣ୍ଟାପାଲିର ଜଣେ କଏଦୀ ସୁରେଶ ଗୁରୁଙ୍କ ମୃତ୍ୟୁ ଘଟିଛି I ସେ ଏକ ହତ୍ୟା ମାମଲାରେ ଜେଲ୍ଦଣ୍ଡ ଭୋଗୁଥିଲେ I ୧୪ ବର୍ଷ ଜେଲ୍ଦଣ୍ଡ ପରେ ୩ ମାସ ପାଇଁ ଛୁଟିରେ ଘରକୁ ଯାଇଥିଲେ I ତେବେ ଅସୁସ୍ଥତା କାରଣରୁ ତାଙ୍କ ଏହି ଅବଧି ବୃଦ୍ଧି ପାଇଥିଲା I ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I
ପୋଲିସ ସୂଚନା ଅନୁଯାୟୀ, ସୁରେଶ ଗୁରୁ ରବିବାର ସକାଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I ଶାସନ ଥାନା ପୋଲିସ ସୂଚନା ପାଇବା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା I ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋଟ