-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
20-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଦେବକୀର ଅଷ୍ଟମ ସନ୍ତାନ ହାତରେ କଂସର ମୃତ୍ୟୁ ଲେଖା ଶୂନ୍ୟବାଣୀ ଶୁଣିବା ପରଠୁ ମଥୁରାଧିପତି ମହାରାଜ କଂସ ଗୋପପୁରେ ବଢୁଥିବା ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ଗୋଟିଏ ପରେ ଗୋଟିଏ ରାକ୍ଷସ ପଠାଇ ଛନ୍ତି ।ହେଲେ ସେମାନେ ନରଖଟିଆ କୃଷ୍ଣଙ୍କ ହାତରୁ କେହି ବି ବର୍ତ୍ତି ପାରିନାହାନ୍ତି ।ସମସ୍ତେ ଜୀବନ ହାରିଛନ୍ତି।ଏହି ଖବର ଶୁଣି ମହାରାଜ କ୍ରୋଧାନ୍ୱିତ ହୋଇ ତ୍ରିଭୁବନ ବିଜୟୀ କଂସ ସାମାନ୍ୟ ବାଳକ ହାତରେ ଜୀବନ ଯିବ ନା ଏହା କଦାପି ନୁହେଁ ବୋଲି ଚିତ୍କାର କରିଛନ୍ତି ।ରାଜାଙ୍କ ମନକୁ ଶାନ୍ତ କରିବାକୁ ଯାଇ ମନ୍ତ୍ରୀଙ୍କ ଆଦେଶ କ୍ରମେ ଦରବାରରେ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସେହିପରି ଅନ୍ୟ ପକ୍ଷରେ ଗୋପପୁରେ କଂସ ପ୍ରେରିତ ରାକ୍ଷସ ମାନଙ୍କୁ କୃଷ୍ଣ ଯୁଦ୍ଧ କରି ନିଧନ କରିବା ପରେ ସାରା ଗୋପପୁରବାସୀ ଉତ୍ସବ ମନାଇବା,କୃଷ୍ଣ ଯୋଶଦାଙ୍କ ବାସଲ୍ୟ ପ୍ରେମ,ଦୋଳଲୀଳା ଅନୁଷ୍ଟିତ ହୋଇଥିଲା । ବିନିକା ଗୋକୁଳାଷ୍ଟମୀ ଯାତ୍ରା ମହୋତ୍ସବର ଆଜି ସପ୍ତମ ସନ୍ଧ୍ୟାରେ ମହାରାଜ କଂସଙ୍କ ନିମନ୍ତ୍ରଣ କ୍ରମେ ରାଜକୀୟ ଅତିଥି ଭାବେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ,ବିନିକା ବିଡିଓ ବ୍ୟାସଦେବ ବେହେରା,ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର,ବିନିକା ଏନଏସି ସାଂସଦ ପ୍ରତିନିଧି ପ୍ରଶାନ୍ତ ଦଣ୍ତସନା ପ୍ରମୁଖ ଉପସ୍ଥିତ ରହି ମଥୁରା ନଗରୀ ବାସୀଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।ସେହିପରି ଶୁକ୍ରବାର ରାତିରେ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ,ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା,ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ଉପାଧ୍ୟକ୍ଷ ତପସ୍ୱିନୀ ମେହେର,ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ର ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗଦେଇ
ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ପଦ୍ମ ଲୋଚନ ସାହୁ ପରିଚାଳନା କରିଥିବା ବେଳେ ସଭାରେ ଉଦ୍ଘୋଷକ ଭାବେ ଶିକ୍ଷକ ହିମାଂଶୁ ଭୁଷଣ ପଣ୍ଡା ଓ ସୌମ୍ୟ ରଞ୍ଜନ ପୂଜାରୀ ଦାୟିତ୍ଵ ତୁଲାଇଥିଲେ ।ଏହି ଅବସରରେ ଯାତ୍ରା କମିଟି ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସାମ୍ବାଦିକ ହିମାଂଶୁ ଶେଖର ପୁଟେଲ,ସୃଜନ କୁମାର ପଣ୍ଡା, ଅଶୋକ କୁମାର ପଣ୍ଡା,ଶାନ୍ତନୁ ପଣ୍ଡା,ମୁକେଶ ବଗର୍ତ୍ତି,ରାମ ଗୋପାଳ ବାଗ,ରବୀନ୍ଦ୍ର କୁମାର ହୋତା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।