-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
20-Nov-2022
ସମ୍ବଲପୁର, କୃଷି ବିଭାଗରେ ଚାକିରି କରୁଥିବା ବସନ୍ତ ମଞ୍ଜରୀ ପଣ୍ଡାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସ୍ବାମୀ ପୁଟିବନ୍ଧର ସୁଶାନ୍ତ ମିଶ୍ର ଆକ୍ରମଣ କରି ହାତ ଭାଙ୍ଗି ଦେଇଥିବା ବସନ୍ତମଞ୍ଜରୀ ଅଭିଯୋଗ କରିଛନ୍ତି I ସୂଚନା ଅନୁଯାୟୀ, ବସନ୍ତମଞ୍ଜରୀଙ୍କୁ ସୁଶାନ୍ତ ସବୁବେଳେ ମାରପିଟ୍ କରି ଆସୁଥିଲେ I ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି। ଗୁରୁବାର ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ, ଶରୀରର ଅନେକ ଆଘାତ ମଧ୍ୟ ଲାଗିଛି। ଏ ନେଇ ବସନ୍ତମଞ୍ଜରୀ ସମ୍ବଲପୁର ମହିଳା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି ପୋଲିସ ଶନିବାର କୋର୍ଟଚାଲାଣ କରିଛି ।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋଟ