-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
20-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଷ୍ଟାଡିୟମ ଠାରେ ୧୫ ତମ ଲୋଇସିଂହା କପ -୨୦୨୨ ର ଦ୍ଵିତୀୟ ସେମି ଫାଇନାଲ ଅନୁଷ୍ଠିତ ହୋଇଛି l ଏହି ଫୂଟବଲ ସେମି ଫାଇନାଲରେ ସିସିଏଫଏ ବଲାଙ୍ଗୀର ଓ ବିଏନଏଏ ଜରାସିଂହା ମଧ୍ୟରେ ହୋଇଥିଲା l ଏଥିରେ ସିସିଏଫଏ ବଲାଙ୍ଗୀର ଦଳ 2-0ରେ ଗୋଲ ଦେଇ ବିଏନଏଏ ଦଳ ଠାରୁ ବିଜୟୀ ହୋଇଛି l ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଗଲପୁର ବ୍ଲକ ଜୋନ-୨ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବୀଣାପାଣି ଦାସ, ବିଜୟ ବାବୁ ଲୋଇସିଂହା, ଅଭିଳାଶ ହୋତା
ସକାଳ ଖବର ବଲାଙ୍ଗୀର ଏବଂ ଲୋଇସିଂହା l ଉକ୍ତ ମ୍ୟାଚର ରେଫରୀ ଦେବାଶିଷ ବାଗ, କରୁଣାକର ପଧାନ, ଶ୍ରାବଣ କୁମାର ବାଗ ଓ ସଞ୍ଜୟ କୁଦେଇ ହୋଇଥିବା ବେଳେ ମ୍ୟାଚ କମିସନର ହୋଇଥିଲେ ବିଜୟ ରଣା l ଆଜିର ଏହି ମ୍ୟାଚରେ ମେନ ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଥିଲେ ସିସିଏଫଏର ପୁରୁଷୋତ୍ତମ କେର୍କେଟା l