-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
19-Nov-2022
ବଲାଙ୍ଗିର - ଆଜି ମାନ୍ୟବର ବିଧାୟକ ନରସିଂହ ମିଶ୍ର ଫଟାବାହଲ ଠାରେ ୧ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ବସୁଧା ଯୋଜନା ଅନ୍ତର୍ଗତ ଏହି ପିଇବା ପାଣି ପ୍ରକଳ୍ପ ପାଇଁ ଫଟାବାହାଲ ଓ କଟାପାଲି ଲୋକେ ଅନେକ ଦିନରୁ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଦାବି ରଖିଥିଲେ ଯାହାକି ଏବେ ସମ୍ପୁର୍ଣ୍ଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଫଟାବାହାଲ, କଟାପାଲି ତଥା ଆଖାପାଖର ଅନେକ ଛୋଟ ଗାଁ ରେ ଥିବା ପିଇବା ପାଣି ସମସ୍ୟା ଦୂର ହୋଇପାରିବ । ଉଦ୍ଘାଟନ ପରବର୍ତ୍ତି ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଫଟାବାହାଲ ଗ୍ରାମବାସୀଙ୍କ ତରଫରୁ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରତି ଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ପିଇବା ପାଣି ପାଇବା ବର୍ତ୍ତମାନ ଲୋକଙ୍କର ଆଇନସିଦ୍ଧ ଅଧିକାର । ଆପଣମାନେ ଜାଣିଥିଲେ ଯେତେବେଳେ ପିଇବା ପାଣି ଯୋଗାଣ ପ୍ରାୟତଃ ଅସମ୍ଭବ ଥିଲା । ସେ ସମୟରେ ସେ ସୁକତେଲ ନଦୀରୁ ପାଇପ ଯୋଗେ ଏ ଅଂଚଳକୁ ପିଇବା ପାଣି ଯୋଗାଇ ଦେଇଥିଲେ । ଫଟାବାହାଲ ରେ ଥିବା ରାସ୍ତା ଘାଟ ପାନୀୟ ଜଳ, ଜଳ ସେଚନ କୁ ନେଇ ଯେତେବେଳେ ବି ସମସ୍ୟା ଆସିଛି ସେ ସବୁ ସମାଧାନ ସେ ପ୍ରତ୍ୟକ୍ଷ ଭାବରେ କରିଛନ୍ତି । ଆଗକୁ ମଧ୍ୟ ତାହା ଜାରି ରହିବ । ଲୋକେ ସମସ୍ତେ ନିଜ ଭିତରେ ଏକ ହୋଇ ରହନ୍ତୁ କାରଣ ଏକତା ହିଁ ଅଂଚଳକୁୁ ବିକଶିତ କରିଥାଏ । ତେଣୁ ଏ ଅଂଚଳର ଆବାଳ ବୃଦ୍ଧ ବନିତା ନିଜ ଭିତରେ ଏକତା ଭାବ ଆଣି ପାରିଲେ ଏ ଅଂଚଳର ସମସ୍ତ ଅଭାବ ପୁରଣ ହୋଇପାରିବ ବୋଲି କହିଥିଲେ । ଶାନ୍ତନୁ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ କୁନ୍ତଳା ଗଡତ୍ୟା, ସବିତା କାଲସାଏ, ଉମାଶଙ୍କର ପଣ୍ଡା, ଶଙ୍କିର୍ତ୍ତନ ମେହେର, ସଂଜୟ ଗଡତ୍ୟା, ସୋମନାଥ ପୁଟେଲ, ବ୍ଲକ ସଭାପତି ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।