-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
19-Nov-2022
ସୁବର୍ଣ୍ଣପୁର: ଆଜି ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭପତି ଶଶୀ ଭୂଷଣ ପ୍ରହରାଜ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତରେ ଆସି ସଂଘ ର କାର୍ଯ୍ୟକର୍ତ୍ତାଙ୍କ ସହିତ ସାଙ୍ଗଠନିକ ଉପରେ ବିଭିନ୍ନ ଆଲୋଚନା କରିଥିଲେ l କାର୍ଯ୍ୟରତ ସାମ୍ବାଦିକଙ୍କ ବହୁବିଧ ମୌଳିକ ସମସ୍ୟା ର ଆଶୁ ସମାଧାନ ପାଇଁ ଗତ ୧୬ତାରିଖ ରେ ଜାତୀୟ ପ୍ରେସ ଦିବସରେ ମହାମହିମ ରାଜ୍ୟପାଳଙ୍କୁ ଦାବୀ ଉପସ୍ଥାପନା କାର୍ଯ୍ୟକ୍ରମ ବା ରାଜ୍ୟ ସଂଘ ଡାକରା ରେ ଆୟୋଜିତ ଶୋଭାଯାତ୍ରା ରେ ଶୃଙ୍ଖଳିତ ଭାବେ ଯୋଗଦାନ ଓ ସହଯୋଗ ପାଇଁ ସୁବର୍ଣ୍ଣପୁର ଶାଖା କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇ ଥିଲେ l ଏବଂ ସଂଖ୍ୟାରେ ନୁହେଁ ଶୃଙ୍ଖଳା, ଏକତା ଓ ସଂଘୀୟ ମନୋଭାବ ହିଁ ସଫଳତା ର ଚାବିକାଠି ବୋଲି ମତ ରଖି ମନ୍ଦିର ମାଳିନୀ ପର୍ୟ୍ୟଟନ କ୍ଷେତ୍ର ସୁବର୍ଣ୍ଣପୁର ର ସମଗ୍ର ପରିବେଶ, ଲୋକଙ୍କ ଆଚାର ବ୍ୟବହାର, ଆତିଥ୍ୟ ଓ ସଂଘ ର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ l ସଂଘର ବୟୋଜ୍ୟାଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ତାଙ୍କୁ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜୀବନ ପ୍ରଦାନ କରାଯାଉଥିବା ମାସିକ ପେନସନ ପ୍ରଦାନ କରିଥିଲେ l ସଂଘର ଶୁଭେଛୁ ଶ୍ରୀବତ୍ସ ମଲ୍କିକ, ଲଡ଼ୁ କିଶୋର ମଲ୍ଲିକ, ଲିଗାଲ
ଏଡଭାଇଜର ପ୍ରଦୀପ ପୁରୋହିତ, ଲଷ୍ମେନ୍ଦ୍ର ବେଜ, ଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ଉପଦେଷ୍ଟା ଦିଲ୍ଲୀପ ପାତ୍ର, ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ସଭ୍ୟ ବିନୟ ରଞ୍ଜନ ପ୍ରାଧାନ, ରଞ୍ଜନ କୁମାର ହୋତା ପ୍ରମୁଖ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ପ୍ରହରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ପରେ ଶ୍ରୀ ପ୍ରହରାଜ ବଲାଙ୍ଗୀର ଜ଼ିଲ୍ଲା ଗସ୍ତରେ ସଇଁତଲା ପହଞ୍ଚି ସଂଘ ର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ବ୍ଲକ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା, ବିଭିନ୍ନ ସମସ୍ୟା ସମାଧାନ ଓ ସୁରକ୍ଷା ନେଇ ବିଭାଗୀୟ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l