-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
15-Nov-2022
ବଲାଙ୍ଗିର(ପ୍ରେରଣା ଖବର) ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ତରଫରୁ ସ୍ୱର୍ଗତ ମଣି ବରିହା ଫୁଟବଲ କୋଚ ଙ୍କ ନା ରେ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ବର୍ଷ ଖୁଜେନପାଲି ଖେଳ ପଡିଆରେ ପ୍ରଥମ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ବର୍ଷ ଜନ କଲୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ଏହି ପାଂଚ ଦିନ ଧରି ଖୁଜେନପାଲି ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିନରେ ତିନୋଟି ମ୍ୟାଚ ହୋଇଥିଲା । ପ୍ରଥମ ଦିନ ପ୍ରଥମ ମ୍ୟାଚ ପ୍ରଗ୍ରେସିଭ କ୍ଲବ କୁ କୁଦେଇ ପାଲି କୁ ୧-୦ ଗୋଲ ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ ଖୁଜେନପାଲି କୁ କଅଁଗା ଟ୍ରାଏବ୍ରେକର ରେ ୨-୦ ରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚ କୁଦେଇ ପାଲିକୁ କଅଗାଁ ୧-୦ ପରାସ୍ତ କରି ସେମି ଫାଇନାଲକୁ ଗଲେ । ଅତିଥି ଭାବରେ ସୂର୍ଯ୍ୟକାନ୍ତ ସାହୁ ସମିତି ସଭ୍ୟ ଖୁଜେନପାଲି ଗ୍ରା.ପ, ପୂର୍ବତନ ସରପଂଚ ସତ୍ୟବାନ ସାହୁ, ଯୁବ ସମାଜସେବୀ ବିନୋଦ କାଲସାଏ, ମନୋଜ ତ୍ରିପାଠୀ, କରୁଣାକର ମହାପାତ୍ର, ଲାଲମଣି କାଲସାଏ, ୱାଡ ମେମ୍ବର ସଂଜୁ ଷାଣ୍ଢ, ଅନୁପ ସାଏ ଓ ସ୍ୱର୍ଗତ ମଣି ବରିହାଙ୍କ ସ୍ତ୍ରୀ, ପୁଅ, ଝିଅ ସପରିବାର ଯୋଗ ଦେଇଥିଲେ । ମ୍ୟାଚ କୁ ସଞ୍ଜିବ ମହାରଣା, ନରସିଂ ସ୍ୱାମି ନାଇଡୁ, ସୁଧାଂଶୁ ସେଠ, ବୈକୁଣ୍ଠ ଜେନା, ଅବଦୁଲ ମୁଜିବ, ଖଲିଉର ରହେମାନ ଖେଳ ପରିଚାଳନା କରିଥିଲେ । ଶ୍ରୀକର କାଲସାଏ, ଭୁପେନ୍ଦ୍ର ସିଂ, ଗୋପିନାଥ କାଲସାଏ, ଦେବାଶିଷ କାଲସାଏ, ବୁନୁ ତାଣ୍ଡି, ଶ୍ରୀକାନ୍ତ କାଲସାଏ, ଚନ୍ଦ୍ର ରାଜ କାଲସାଏ, ରାହାସ କାଲସାଏ ଓ ଜନ କଲ୍ୟାଣ ଯୁବ ସଂଘ ର ସଦସ୍ୟମାନେ ସହଯୋଗ କରିଥିଲେ । ଆରମ୍ଭ କରିଥିଲେ ସୁନିଲ ବିଶ୍ୱାଲ ଓ ଧନ୍ୟବାଦ ଦେଇଥିଲେ ସୁଦୟ ବାରିକ ।