-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
15-Nov-2022
ବଲାଙ୍ଗୀର/ହାଇକୋର୍ଟ ବେଂଚ ସ୍ଥାପନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲ ମାନଙ୍କ ଆନ୍ଦୋଳନ ଓ କୋର୍ଟ ବର୍ଜନ ଉପରେ ମାନ୍ୟବର ସୁପ୍ରିମ କୋର୍ଟ ନୁଆଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆନ୍ଦୋଳନରତ ଓକିଲ ମାନଙ୍କ ଲାଇସେନ୍ସ ରଦ୍ଦ କରାଯିବା ନେଇ ସର୍ବୋଚ୍ଚ ଆଦାଲତଙ୍କ କଡା ଚେତାବନୀ ପରେ ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଓ ବଲାଙ୍ଗୀର ଏକ୍ସନ କମିଟି ପକ୍ଷରୁ ନିଜର ଆଗାମୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷିରେ ଆଜି ବଲାଙ୍ଗୀର ଏକ୍ସନ କମିଟି ପକ୍ଷରୁ ଆଗାମୀ ଆନ୍ଦୋଳନର ରୂପରେଖ ଓ ବନ୍ଦକୁ କିପରି ବ୍ୟାପକ କରାଯାଇ ପାରିବ ସେ ସଂପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଛି । ବଲାଙ୍ଗୀରରେ ହାଇକୋର୍ଟ ବେଂଚ ଆନ୍ଦୋଳନ ଜନ ଆନ୍ଦୋଳନର ରୂପ ନେଇ ଥିବା ବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ମାସର ତୃତୀୟ ଗୁରୁବାର ଦିନ ଏହି ଦାବିକୁ ନେଇ ବଲାଙ୍ଗୀର ଏକ୍ସନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ
କାର୍ଯ୍ୟାଳୟ ଓ ସିଭିଲ କୋର୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନଷ୍ପତ୍ତିହୋଇ ସାରିଛି । ଏହି କ୍ରମରେ ଆସନ୍ତା ନଭେମ୍ବର ୧୭ ତାରିଖ ଦିନ ହେବାକୁ ଥିବା ଆନ୍ଦୋଳନକୁ କିପରି ସଫଳ କରାଯାଇ ପାରିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବିଙ୍ଗ ହ୍ୟୁମେନ, ନାରୀ ଶକ୍ତି ଫାଉଣ୍ଡେସନ, ସ୍ମାଇଲ୍ ଫର୍ ଅଲ୍, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ,ପଶ୍ଚିମ ଓଡ଼ିଶା ଯୁବା ମଂଚ, କୋଶଲ ମୁକ୍ତି ମୋର୍ଚ୍ଚା ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠନର କର୍ମକର୍ତ୍ତ ମାନଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ, ଆଇନଜୀବୀ ଭବାନୀ ଶଙ୍କର ଶତପଥୀ, ରବିନାରାୟଣ ବହିଦାର, ବରିଷ୍ଠ ସମାଜସେବୀ ବିକ୍ରମାନନ୍ଦ ବହିଦାର ପ୍ରମୁଖ ହାଇକୋର୍ଟ ବେଂଚ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଓ ଉପସଭାପତି ସରୋଜ ଗୁପ୍ତା ମଂଚାସୀନ ଥିଲେ । ଶେଷରେ ଜିଲ୍ଲା ଓକିଲ ସଂଘର ସଂପାଦକ ଅଧିକାରୀ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।