-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
12-Nov-2022
ବଲାଙ୍ଗୀର-- ବସ୍ ମାଲିକ ସନ୍ତେଷ ପୁରୋହିତଙ୍କ ବିୟୋଗରେ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଗଭୀର ଶୋକ ପ୍ରକାଶ କରିଛି । ସଂଘର ସଭାପତି ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ନୂଆ ବସ୍ ଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭାରେ ତାଙ୍କ ସ୍କୃତିଚାରଣ କରାଯାଇ ସଂଘର ସଭ୍ୟମାନେ ଶୋକ ବ୍ୟକ୍ତ କରିଥିଲେ । ଏହି ଶୋକ ସଭାରେ ସଂଘ ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷଧ୍ଯକ୍ଷ ଶିବ ଶଙ୍କର ପଟେଲ , ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ସଭ୍ୟ ମାନସ ରଞ୍ଜନ ନାୟକ, ଡମ୍ବରୁଧର ଆଚାର୍ଯ୍ୟ, ସଞ୍ଜିବ ପଣ୍ଡା, ପ୍ରାଣନାଥ ପ୍ରଧାନ, ଭବାନୀ ଶଙ୍କର ପଟେଲ, ହିମାଂଶୁ ନାୟକ, ମୁନା ଶତପଥୀ, ମୁନା ପଣ୍ଡା, ଜୟ ପ୍ରକାଶ ପତି, ଶିବ ନାରାୟଣ ଟାଲି, ଟିକୁ ନନ୍ଦ ଓ ସୁକୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।