-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
11-Nov-2022
ସମ୍ବଲପୁର/ଲଇଡା ଅଖିଳ ଭାରତୀୟ ଅଘରିଆ ସମାଜର ସପ୍ତମ ରାଜ୍ୟ ସ୍ତରୀୟ ଶତାବ୍ଦୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି । ରାଜ୍ୟ ସଭାପତି ନରେଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଛତିଶଗଡର ବିଧାୟକ ପ୍ରକାଶ ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୋଦିନି ନାୟକ, ଛତିଶଗଡର କେନ୍ଦ୍ରସଭାପତି ଭୁବନେଶ୍ୱର ପଟେଲ, ଓଡ଼ିଶା ରାଜ୍ୟ ଉପସଭାପତି ଦିନବନ୍ଧୁ ପଟେଲ, ସାଧାରଣ ସଂପାଦକ ଦିଲ୍ଲୀପ ପଟେଲ, ସଙ୍ଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ସମ୍ପାଦକ ସନାତନ ପଟେଲ,ସହ ସମ୍ପାଦକ ସୁବୋଧ ପଟେଲ,ମହିଳା ସଭାନେତ୍ରୀ ଜୟନ୍ତୀ ପଟେଲ, ଅଭ୍ୟର୍ଥନା କମିଟି ସଭାପତି ବିନୟ ଚୌଧୁରୀ,ପୂର୍ବତନ ସଭାପତି ଗଙ୍ଗାଧର ନାୟକ ,ଡ. ବିନୋଦ ବିହାରୀ ନାଏକ,ପ୍ରହଲ୍ଲାଦ ପଟେଲ , ଲଇଡ଼ା ଗୁଡ଼ି ସଭାପତି କବିର ଶରଣ ନାଏକ ପ୍ରମୁଖ ମଂଚାସୀନ ରହି ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ସମ୍ପର୍କରେ ଓ ଅଘରିଆ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହାପୂର୍ବରୁ ଜଗନ୍ନାଥ ମନ୍ଦିର ଓ ଅଘରିଆରୁ ମାଟି ସଂଗ୍ରହ କରି ଧାମ ପରିସରରେ ପୂଜା ଅର୍ଚ୍ଚନା କରିବା ପରେ ଶହେ ଆଠ କଳସ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସି ଦୀପ ପ୍ରଜ୍ବଳନ ପରେ ଧ୍ଵଜା ଉତ୍ତୋଳନ କରି ଏହି ତିନି ଦିନିଆ ସମ୍ମିଳନୀକୁ ଉଦଘାଟନୀ କରାଯାଇଥିଲା I ଲଇଡା ଅଞ୍ଚଳକୁ ୧୫୫୬ ମସିହାରେ ଅଘାରିଆ ସମାଜ ଆଗ୍ରାରୁ ଲଇଡl ପ୍ରଥମ କରି ଆସିଥିବା ସମୟରେ ତିୱାରୀ ମାନେ ଅଘରିଆ ସମାଜକୁ ପରିଚୟ ଦେଇଥିବାରୁ ତିୱାରୀ କୁଲ ପୁରୋହିତ ଗଜିନ୍ଦ୍ର ତିୱାରୀ , ମହେନ୍ଦ୍ର ତିୱାରୀ, ନିଲାଞ୍ଚଳ ତିୱାରୀ, ସୁଦଶା ତିୱାରୀ,ବାବଳୁ ତିୱାରୀ,କାର୍ତ୍ତିକ ତିୱାରୀ ପ୍ରମୁଖ ମାନଙ୍କୁ ଉପଢୋକନ୍ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଏକ ସୁଦୃଶ୍ୟ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା I