-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
10-Nov-2022
-ସୁବର୍ଣ୍ଣପୁର -ସୁବର୍ଣ୍ଣପୁର ସହର ପଟାଭାଡି ନିକଟ ରେ ଥିବା ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ରେ ଗତ କାଲି ରାତିରେ କେହି ଅଜଣା ଅସାମାଜିକ ବ୍ୟକ୍ତି ଓଡିଶା ର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଏହି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ର ବେକ ଓ ଘୋଡା ର ବେକ ଉପରେ କିଛି ଫଟା ଟାୟାର ଓ ହାତରେ ଅସନା କପଡା ପିନ୍ଧାଇଥିବା ଦୃଶ୍ୟ ଲୋକ ଙ୍କ ନଜର କୁ ଆସିଥିଲା l ଏଭଳି ସମ୍ବେଦନଶୀଳ ଦୃଶ୍ୟ ର ଖବର ପ୍ରଚାର ପ୍ରସାର ହେବା ସହର ର ବୁଦ୍ଧିଜୀବୀ, ସଚେତନ ନାଗରିକ ଙ୍କ ମଧ୍ୟ ରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା l ହେଲେ ସ୍ୱଚ୍ଛ ଭାରତ ସଂଗଠନ ର ନଜର କୁ ଆସିବା ପରେ ଆଜି ସକାଳ 8 ଘଣ୍ଟା ସମୟ ରେ କିଛି କର୍ମକର୍ତ୍ତା ଏ ଛକ କୁ ପହଞ୍ଚି ସେଇ ଟାୟାର, ଓ କପଡା କୁ ହଟାଇ ଧୂଳୀ ମଳି ହୋଇ ପୁରା ଅସନା ହୋଇ ପଡ଼ିଥିବା ଏଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି କୁ ଧୋଇ ସଫା କରିଥିଲେ l ଏଠି ପ୍ରଶ୍ନ ଉଠେ ଯେ ଏଇ ମହାପୁରୁଷ ଙ୍କ ଠିକ ପଛ ପଟେ ଥିବା ଏକ ପ୍ରତିଷ୍ଠିତ ଜିମ କୁ ପ୍ରତ୍ୟହ ସକାଳେ ଆସୁଥିବା ଓ ଏନ ଏଚ ର ମୁଖ୍ୟ ରାସ୍ତା ରେ ଯିବା ଆସିବା କରୁଥିବା ବଡ଼ ବଡ଼ ପ୍ରସାସନିକ ଅଧିକାରୀ ଙ୍କ ନଜର କୁ ଆସିଲା ନି କେମିତି ଏଇ ସମ୍ବେଦନଶୀଳ ଦୃଶ୍ୟ l କେବଳ ସ୍ୱତନ୍ତ୍ର ଦିବସ ପାଳନ ବେଳେ ସହର ର ସବୁ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ ମାଳ ଟିଏ ପକେଇଦେଲେ ଓ ଏମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଭାଷଣ ରଖିଲେ କଣ ପୌର ଓ ଜ଼ିଲ୍ଲା ପ୍ରଶାସନ ର କାର୍ଯ୍ୟ ଶେଷ ହୋଇ ଯିବ ? କୋଉଠି ଗୋବର ତ, କୋଉଠି ମଦ ବୋତଲ, କୋଉଠି ରଙ୍ଗ ଛାଡିଛି ତ କୋଉଠି ଅଳିଆ ଆବର୍ଜନା ହୋଇ ପଡୁଛି ବେଳେ ବେଳେ ସହର ର ଏଇ ପ୍ରତିମୂର୍ତ୍ତି ସବୁ l ଏପରିକି ପ୍ରତିମୂର୍ତ୍ତି ମାନଙ୍କ ର ସୁରକ୍ଷା ପାଇଁ ଥିବା ପ୍ରବେଶ ପଥ ଲୁହା ବାଡ଼ ବି ଭଙ୍ଗା ଦଦରା ହୋଇ ପଡିଛି l ଓଡିଶା ର ବର ପୁତ୍ର ବା ମହାପୁରୁଷ ମାନଙ୍କ ପ୍ରତି ଆଜି ଭଳି ହୋଇଥିବା ଏଇ ସମ୍ବେଦନଶୀଳ ଘଟଣା କୁ ସହର ର ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିଥିବା ବେଳେ ଦୋଷୀ ବା ଦେଶ ଦ୍ରୋହି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ପ୍ରତିମୂର୍ତ୍ତି ମାନଙ୍କ ର ଯତ୍ନ ଓ ସୁରକ୍ଷା ଦେବାକୁ ଦୃଢ଼ ଦାବୀ କରିଛନ୍ତି l