-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
10-Nov-2022
ସମ୍ବଲପୁର: ବୁର୍ଲା ସହରରେ ବୁଧବାର ବିଭତ୍ସ ହତ୍ୟାକାଣ୍ଡ ଘଟିଛି I ଦୁର୍ବୃତ୍ତମାନେ ମିଶି ଜଣେ ଯୁବକଙ୍କୁ ହତ୍ୟା କରି ପେଟ୍ରୋଲ ପମ୍ପ ଛକରେ ଫିଙ୍ଗି ଦେଇଛନ୍ତି I ତାହା ପୁଣି ବୁର୍ଲା ଥାନାରୁ କିଛି ମିଟର ବ୍ୟବଧାନରେ I ମୃତକ ଜଣକ ସମ୍ବଲପୁର ବିଶ୍ବବିଦ୍ୟାଳୟ ନିକଟସ୍ଥ ବସନ୍ତ ବିହାର ଅଞ୍ଚଳର ଉମାକାନ୍ତ ମେହେରଙ୍କ ପୁତ୍ର ରାମ ଚନ୍ଦ୍ର ମେହେର (୨୦ ) ବୋଲି ଜଣାଯାଇଛି I ଦୁର୍ବୁତ୍ତମାନେ ହତ୍ୟାକାଣ୍ଡ ଅନ୍ୟ କୌଣସି ସ୍ଥାନରେ ଘଟାଇ ମୃତଦେହକୁ ବାଇକର ଦୁଇ ଜଣଙ୍କ ମଧ୍ୟରେ ବସାଇ ନେଉଥିଲେ I ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଏବଂ ଏଥିରେ ତିନିରୁ ଅଧିକ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି I
(ସମ୍ବଲପୁର ରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ)