-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
03-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ପର୍ଯ୍ୟଟନ ସ୍ଥଳୀ ବିନିକା ପୁଣ୍ୟପୀଠ ପାପକ୍ଷୟ ରାସ୍ତାର ଆଦର୍ଶ ବିଦ୍ୟାଳୟ ନିକଟରେ ନିର୍ମାଣ ଚାଲିଥିବା ଇଣ୍ଡୋର ଷ୍ଟାଡିୟମକୁ ଆଜି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଭି.ବିକ୍ରମ.ଯାଦବ(ଆଇଏଏସ) ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।ଏହି ଅବସରରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଦାମୋଦର କୈବର୍ତ୍ତ,ସହକାରୀ ଯନ୍ତ୍ରୀ ତ୍ରିପତି ପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ କରୁଥିବା ଠିକାଦାର ଉପସ୍ଥିତ ଥିଲେ ।ଅନ୍ୟ ପକ୍ଷରେ ସୋନପୁର-ଅର୍ଜୁନପୁର ଠାରୁ ଭାୟା ବିନିକା ସହର ଦେଇ ଡୁଙ୍ଗୁରିପାଲି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଜନବହୁଳ ଏହି ରାସ୍ତାର ବିନିକା ଏନଏସି ଚୌକିଯୋର ଛକ ଠାରୁ ଦାନିପାଳି ଛକ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ନିର୍ମାଣ କରି ରାସ୍ତା କାମ କରିବା ଦିଗରେ ବିନିକା ଅଞ୍ଚଳର ସଚେତନ ନାଗରିକ ସନ୍ତୋଷ ପଣ୍ଡା,ସାମାଜିକ କର୍ମୀ ସୃଜନ ପଣ୍ଡା,ଆଲୋକ ହୋତା,ସମ୍ବିତ ନେପାକ,ଟିଟୁ ପାଣିଗ୍ରାହୀ,ସାମ୍ବାଦିକ ଅଶୋକ କୁମାର ପଣ୍ଡା,ଦଧିବାମନ ନାୟକ ପ୍ରମୁଖ ଅତିରିକ୍ତ ସଚିବ ଶ୍ରୀ ଯାଦବଙ୍କୁ ଭେଟି ଦାବି ଜଣାଇଥିଲେ ।