-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
01-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସହର ଗଡଭିତର ପଡ଼ାରେ ବିରାଜମାନ ଇଷ୍ଟଦେବୀ ମାଁ ନାରାୟଣୀଙ୍କ ମନ୍ଦିର ପାର୍ଶ୍ବ ବେଢାରେ ଥିବା ନବଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ଆଜ୍ଞାମାଳ ଅଣାଯାଇଛି ।ଏହି ପରିପ୍ରେକ୍ଷୀରେ ମାଁ ଙ୍କ ସେବାରେ ନିପୁଣ ଶ୍ରଦ୍ଧାଳୁ ଭକ୍ତ ମାନେ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରି ଘଣ୍ଟ,ଶଙ୍ଖ,ହୁଳହୁଳି ଓ ବାଦ୍ୟର ତାଳେ ତାଳେ ମାଁ ଙ୍କ ଜୟଗାନ କରି ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ ।ପୂଜକ ସୁବାସ ଚନ୍ଦ୍ର ବଡ଼ପଣ୍ଡାଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଉପସ୍ଥିତ ଭକ୍ତମାନେ ମାଁ ଙ୍କ ଠାରେ ପ୍ରାର୍ଥନା କରି ମନ୍ଦିର ବେଡ଼ା ପାର୍ଶ୍ଵରେ ଥିବା ଶୈଲପୁତ୍ରି, ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,କୁସମୁଣ୍ଡା,ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରି,ମହାଗୌରୀ,ସିଦ୍ଧିଦାତ୍ରୀ ଆଦି ନବଦୁର୍ଗା ଏବଂ ମନ୍ଦିର
ସମ୍ଭୂଖରେ ଥିବା ଧଳା ଓ କଳା ଘୋଡ଼ା ପ୍ରତିଷ୍ଠା ପାଇଁ ଆଜ୍ଞାମାଳ ଅଣାହୋଇଥିଲା।ପରେ ମନ୍ଦିର ପରିସରରେ ଅନୁଷ୍ଟିତ ବୈଠକରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ନେଇ ଆଲୋଚନା ହୋଇଥିଲା ନଭେମ୍ବର ୨୧ତାରିଖରେ ଦେବପିତୃ ନିମନ୍ତ୍ରଣ,ମାଙ୍ଗଳିକ ଶ୍ରାଦ୍ଧ,୨୫ତାରିଖରେ କଳସ ଶୋଭାଯାତ୍ରା,୨୬ଓ୨୭ରେ ଆଡମ୍ବରପୂର୍ଣ୍ଣ ଭାବେ ନବଦୁର୍ଗା ଙ୍କ ପୂଜାର୍ଚ୍ଚନା,୨୮ରେ ଯଜ୍ଞ କର୍ମ ପୂର୍ଣ୍ଣାହୁତି । ମାଁ ଙ୍କ ଆଜ୍ଞାମାଳ କାର୍ଯ୍ୟକ୍ରମରେ ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଯୋଗଦେଇଥିଲେ ।