-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
31-Oct-2022
ବଲାଙ୍ଗୀର/ସଇଁତଳା(ସନ୍ତୋଷ କୁମାର ନାଏକ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁର ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳା ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଥିବା ଦେଖା ଯାଉଛି। ଉକ୍ତ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିବା ଭଳି ଗୁରୁତର ଅଭିଯୋଗ ପାରିବାର ତରଫ ରୁ କରାଯାଇଛି ।
ସୂଚନା ଅନୁଯାୟୀ, ଆମ୍ବପାଲି ଗାଁର ଜାନକୀ ମହାନନ୍ଦ(୪୮) ତାଙ୍କ ବିଲକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ। ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାଇ ତାଙ୍କୁ ପରିବାର ଲୋକେ ସଇଁତଲା ଡାକ୍ତରଖାନାକୁ ନେଇଥିଲେ।
ହେଲେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କେଉଁ କାରଣରୁ କିଏ ଏଭଳି କାଣ୍ଡ ଘଟାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ଘଟଣା ସମ୍ପର୍କରେ ପୋଲିସ୍ ଖବର ପାଇବା ପରେ ସଇଁନ୍ତଲା ଡାକ୍ତରଖାନା ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ଅଞ୍ଚଳ ରେ ଆଲୋଡନ ସୃଷ୍ଟି ହୋଇଛି ।