-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
31-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଅପରାହ୍ନ ଦୁଇ ଟା ସମୟରେ ଲୋଇସିଂହା ଷ୍ଟେଟବ୍ୟାଙ୍କ ବ୍ୟାଙ୍କ ସମ୍ମୁଖରେ ଏକ ଲୁଟେରାକୁ ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ସହାୟତାରେ କାବୁ କରିଛି ଲୋଇସିଂହା ପୋଲିସ l ସୂଚନାରୁ ପ୍ରକାଶ ଯେ ଆଜି
ଲୋଇସିଂହା ସ୍ଥିତ ନେଗୀପାଳି ଗ୍ରାମର ୨ ଜଣ ଯୁବକ ପ୍ରେମରାଜ ଦ୍ୱାରି ଓ ଦିଲୀପ ବିଶି ଷ୍ଟେଟବ୍ୟାଙ୍କ ଏଟିଏମରୁ ପଇସା କାଢ଼ିବାକୁ ଗଲେ ଏହି ସମୟରେ ପ୍ରେମରାଜ ଦ୍ୱାରିଙ୍କ ଏଟିଏମକୁ ଏକ ଯୁବକ ପରିବର୍ତନ କରି ୩୩୦୦ ଟଙ୍କା ଉଠାଇ ନେଇଥିବା ବେଳେ ଦିଲୀପ ବିଶିଙ୍କ କାର୍ଡକୁ ପରିବର୍ତନ କରୁଥିବା ବେଳେ ଜାଣି ପାରିଲେ ଦିଲୀପ l ଏହାପରେ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା ପରେପରେ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ପୋଲିସକୁ ଜିମାଦେଲେ ଲୁଟେରା ଯୁବକକୁ l ଲୁଟେରା ଜଣକ ନଅଗାଁ (କ) ପଂଚାୟତର ବୋଲି ଜାଣିବାକୁ ମିଳିଛି l ପୋଲିସ ଉକ୍ତ ଯୁବକକୁ ଥାନାକୁ ଆଣି ପଚରାଉଚରା ଚଳାଇଛି l