-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
23-Oct-2022
ବଲାଙ୍ଗୀର,ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ସବ ଜୁନିଅର ବ୍ୟଡମିନ୍ଟନ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ସାରା ରାଜ୍ୟ ୨୧୦ ପ୍ରତିଯୋଗୀଙ୍କୁ ନେଇ ତିନି ଦିନ ଧରି ଏହି ପ୍ରତିଯୋଗିତାର ଶେଷ ଦିନରେ ସେମି ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା । ଉଭୟ ବର୍ଷ ବର୍ଗର ବାଳକ ଏକକ ବିଭାଗରେ ମୟଙ୍କ ଭାରଦ୍ୱାଜ ଫାଇନାଲ ବାଜି ମାରି ନେଇଥିବା ବେଳେ ବାଳିକା ବିଭାଗ ମାତ୍ର ୧୧ବର୍ଷର କୁନି ତନ୍ଭୀ ପତ୍ରୀ ବିଚକ୍ଷଣ ଖେଳ ପ୍ରଦର୍ଶନ କରି ଉଭୟ ବର୍ଷ ବର୍ଗର ବାଳିକା ଏକକ ବିଭାଗର ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି ୧୫ ବର୍ଷ ବର୍ଗର ବାଳକ ଯୁଗଳ ଫାଇନାଲରେ ଶ୍ରେୟାଂସ ଜେନା ଓ ସୁଭ୍ରକେତନ ମଲ୍ଲୀକଙ୍କ ଯୋଡି ବିଜୟୀ ହୋଇଥିବା ବେଳେ ୧୭ବର୍ଷ ବର୍ଗ ବାଳକ ଯୁଗଳ ଫାଇନାଲରେ ଅର୍ପିତ ପଣ୍ଡା ଓ ସ୍ୱରାଜ ଓରାମଙ୍କ ଯୋଡି ବିଜୟୀ ହୋଇଥିଲେ । ସେହିପରି ମିଶ୍ରୀତ ଯୁଗଳ ପ୍ରତିଯୋଗିତାରେ ଶୁଭମ ଘୋଷ ଓ ଅମିତା ଦାଶଙ୍କ ଯୋଡି ଫାଇନାଲ ମାରି ନେଇଥିଲେ ।
ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସମ୍ମାନୀତ ଅତିଥି ଅନ୍ତଜାର୍ତୀୟ ଖେଳାଳି ଆନନ୍ଦିନି ଦର୍ଜୀ, ସାହିତ୍ୟ ଏକାଡେମୀ ପୁରସ୍କୃତ ଗାଳ୍ପିକା ଗାୟାତ୍ରୀ ସରାଫ, ଆନ୍ତର୍ଜାତିକ କୋଚ ମୂରଲି କ୍ରୀଷ୍ନା, ରାଜ୍ୟ ସଂପାଦକ ନିଲିନ କୁମାର , କୋଷାଧକ୍ଷ୍ୟ ପ୍ରଦୀପ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା ଓ ପ୍ରତିଯୋଗିତା ର ଅରଗାନାଇଜିଂ ସମ୍ପାଦକ ସୁରୁଲାଲ ମାଟାରୀଙ୍କୁ ଜିଲ୍ଲା କାଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା । ଅତିଥିଗଣ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ଉତ୍ସାହିତ କରିବା ସହ କୃତି ଖେଳାଳୀ, ରେଫରି, ଅମ୍ପାଆରମାନଙ୍କୁ ସମ୍ମାନୀତ କରିଥିଲେ ।
ପ୍ରତିଯୋଗିତାର ପ୍ରଥମ ଦିନ ସମୁଦାୟ ୯୮ ଗୋଟି ମ୍ୟାଚ ଓ ଦ୍ୱତୀୟ ଦିନ ୯୬ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲ।। ତୃତୀୟ ଦିନ ସକାଳୁ ନକ୍ଡାଉନ ଶୈଳିରେ ସେମିଫାଇନାଲ ସ୍ତରକୁ ପହଞ୍ଚିଥିବା ଖେଳାଳିମାନେ ପରସ୍ପର ମଧ୍ୟରେ ମୁକାବିଲା କରିଥିଲେ । ସେମିଫାଇନାଲରେ ୧୫ ବର୍ଷ ବର୍ଗ ବାଳକ ଏକକ ବିଭାଗରେ ଶୁଭ୍ରକେତନ ଓ ମୟଙ୍କ ଯୁଗଳ ବିଭାଗରେ ଶ୍ରେୟଂସ, ଶୁଭକେତନ ଓ ବାପୁନ ଓ ଦିବ୍ୟମଙ୍କ ଯୋଡି ଫାଇନାଲରେ ପଦାର୍ପଣ କରିଥିଲା । ୧୭ବର୍ଷ ବର୍ଗର ବାଳକ ଏକକ ବିଭାଗରେ ମୟଙ୍କ ଭାରଦ୍ୱାଜ ଓ ଶ୍ରୟାଂଶ ପରିଡା, ଯୁଗଳ ବିଭାଗରେ ଅନିର୍ବାନ, ଆୟୁଷ୍ମାନ ଓ ଅର୍ପିତ,ସ୍ୱରାଜଙ୍କ ଯୋଡି ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ସାଇକେଶବ,ଅନୁଷ୍କା ଓ ଶୁଭମ, ଅନିତାଙ୍କ ଯୋଡି ଫାଇନାଲ ପହଞ୍ଚିଥିଲେ । ସେହିପରି ବାଳିକା ଏକକ ବିଭାଗରେ ପ୍ରଗତି ପରିଡା, ତନଭି ପାତ୍ରୀ ଫାଇନାଲ ମୁକାବିଲା କୁ ପହଞ୍ଚିଥିଲେ । ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗୀତାକୁ ରାଜ୍ୟ ବ୍ୟାଡମିନ୍ଟନ ସଂଘ ର୍ୟାଫରି ଗୀତା ଦାଶ, ମ୍ୟାଚ କନ୍ଟ୍ରୋଲର ବିଜୟ ବାଗ ଓ ସଟଲ କନ୍ଟ୍ରୋଲର ଲକ୍ଷପତି ନନ୍ଦ ତାଙ୍କ ବୈଷୟୀକ ଦଳ ସହିତ ପରିଚାଳନା କରିଥିଲେ ।