-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
23-Oct-2022
ପାଟଣାଗଡ (ପୂର୍ଣ ଶଶୀ ଶେଖର ରାଓ) ଦମକିପାଲି ଉପ୍ରା ବିଦ୍ୟାଳୟ ଠାରେ ଠାରେ ତା.୨୨.୧୦.୨୦୨୨ ଛୁଆଳିଉଦର କ୍ଳଷ୍ଟର ସ୍ତରୀୟ ସୁରଭି -୨୦୨୨ ଅନୁଷ୍ଠିତ ହୋଇ ଯାଇଛି। ଏଗାରଟି ବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ
ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ମାଝୀ ,ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରତନ ଧରୁଆ ,କ୍ଳଷ୍ଟରର ସଂଯୋଜକ ଶ୍ରୀଯୁକ୍ତ ରଘୁମଣି ସାହୁ ଯୋଗ ଦେଇ ଥିଲେ । ଶ୍ରୀଯୁକ୍ତ ବୁଦ୍ଧଦେବ ମେହେର ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାଝୀ ଶିଶୁମାନଙ୍କ ଶୁପ୍ତ ପ୍ରତିଭା ବିକାଶ କିପରି କରି ପାରିବେ ସେଦିଗରେ ଉତ୍ସାହିତ କରିଥିଲେ । ପ୍ରତିଯୋଗିଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ବଣ୍ଟନ କରା ଯାଇଥିଲା । ବସନ୍ତ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।ଖଇରାପଡା, ଛୁଆଳିଉଦର ,ଡାଙ୍ଗବାହାଲ, ଗଭରା, ପଣ୍ଡରିପାଣି,ସୁଲିଆମାଲ, ଖୁରିପାଣି, ଠେଲକୋଛାପର, ଗୁଞ୍ଚାଡିହି, ଈଶ୍ବରଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଏବଂ ଦମକିପାଲି ଉ.ପ୍ରା.ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ସହଯୋଗ କରିଥିଲେ ।