-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
19-Oct-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଳକ ଫୁଲମୁଠି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅଗସ୍ତି ଚରଣ ଦାଶ (୭୨)ଙ୍କ ମଙ୍ଗଳବାର ରାତିରେ ଅଚାନକ ପରଲୋକ ଘଟିଛି ।ଫଳରେ ଏହି ଖବର ଶୁଣିବା ପରେ ଶିକ୍ଷା ପ୍ରେମୀ,ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀଙ୍କ ଠାରେ ଶୋକର ଛାୟା ଖେଳିଯାଇଛି ।ସୂଚନା ଯୋଗ୍ୟ ଯେ ସ୍ବର୍ଗତ ଶ୍ରୀ ଦାଶ ଜଣେ ମିଷ୍ଟଭାଷୀ, ସରଳ,ପରୋପକାରୀ ତଥା ଜଣେ ପ୍ରବୀଣ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ ।ନିକଟସ୍ଥ ପୂଜାରୀ ସାହାଜବାହାଲ ଠାରେ ଥିବା ନିଖିଳ ଓଡ଼ିଶା ସଂସ୍କୃତି ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଶିକ୍ଷାଦାନ କରି ଅବସର ନେଇଥିଲେ ।ପରେ ତାଙ୍କର ଅଭିଜ୍ଞତା ଦୃଷ୍ଟିରୁ ଶିକ୍ଷା ବିଭାଗ ସିନ୍ଦୁରପୁର ସ୍ଥିତ ୫ଟି ସ୍ମାର୍ଟ ହାଇସ୍କୁଲ ଠାରେ ୩ବର୍ଷ ଧରି ଶିକ୍ଷକତା କରିଥିଲେ ।ସେହିପରି ବିନିକା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୫ବର୍ଷ ଧରି ମୁଖ୍ୟ ପ୍ରଶାସକ ଭାବେ ଏବଂ ସିଲାଟି ଅରବିନ୍ଦ ସ୍କୁଲରେ ୧ବର୍ଷ ଧରି ନିଜର କାର୍ଯ୍ୟ ଦକ୍ଷତାକୁ ସଫଳତାର ସହ ତୁଲାଇଥିଲେ ।ଅନ୍ୟ ପକ୍ଷରେ ଶ୍ରୀ ଦାଶ ଶିକ୍ଷାଦାନ ବ୍ୟତୀତ ବିଭିନ୍ନ ସମୟରେ ସୁନ୍ଦରାକାଣ୍ଡ,ରାମାୟଣ ପାରାୟଣ,ହନୁମାନ ଚାଳିଶା,ପ୍ରବଚନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରି ସମସ୍ତଙ୍କ ପ୍ରିୟ ହୋଇଥିଲେ ।ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଜନୀତି ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଶିକ୍ଷା ପ୍ରେମୀ,ପୁରାତନ ଛାତ୍ର,ବନ୍ଧୁ ବାନ୍ଧବ ଘରକୁ ଆସି ଶୋକସନ୍ତପ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଆଜି ସକାଳେ ପୁଣ୍ୟପୀଠ ପାପକ୍ଷୟ ଠାରେ ତାଙ୍କର ଅନ୍ତେଷ୍ଟ୍ରିକ୍ରୀୟା ସମ୍ପନ୍ନ କରାଯାଇଛି ।ଏକମାତ୍ର ପୁତ୍ର ପଣ୍ଡିତ ଦେବାଶିଷ ଦାଶ(ଟିଟୁ) ମୁଖାଗ୍ନି ପ୍ରଦାନ କରିଥିଲେ ।