-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
19-Oct-2022
କୋଦଳା -ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଳନ ହେଉଛି ଶିଶୁମେଳା ତଥା ସୁରଭି କାର୍ଯ୍ୟକ୍ରମ। ଛାତ୍ରଚ୍ଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ। ଚତୁର୍ଥରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ
ଆୟୋଜିତ ହୋଇଥିବା ବେଳେ କୋଦଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଦିଗି ପ୍ରାଥମିକ ବିଦ୍ୟାଳୟ, କନ୍ଦିଆ ପ୍ରାଥମିକ ବିଦ୍ୟାଳୟ, ବେଲଝରୀ ପ୍ରକଲ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୟ ସିଂହପୁର ପ୍ରାଥମିକ ବିଦ୍ୟାଳୟ, ଇନାମ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟ, ଖଡୁରା ସାହି ପ୍ରାଥମିକ ବିଦ୍ୟାଳୟ, ଏସ୍ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ, ଗୌରାଦେଇପୁର ପ୍ରାଥମିକ ବିଦ୍ୟାଳୟ, କୋଦଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟ, ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ଏଥିରେ ଭାଗ ନେଇ ଗୀତ ନାଚ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ କୋଦଳା ସିଆରସିସି ବିଷ୍ନୁ ପ୍ରସାଦ ସିଂ, ପୂର୍ବତନ ସିଆରସିସି ଅଶ୍ୱନି
ପ୍ରହରାଜ ,ଅତିରିକ୍ତ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ସେଠୀ , ମର୍ଦମେଖ ସିଆରସିସି ରବିନାରାୟଣ ଶତପଥୀ, ମଠ ବ୍ରହ୍ମପୁର ସିଆରସିସି ରବୀନ୍ଦ୍ର ସେଠୀ, ଦିଗାପଡା ସିଆରସିସି ବାଳକୃଷ୍ଣ ସେଠୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
(ଉମା ମହାରଣା - କୋଦଳା )