-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
08-Oct-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଭକ୍ତଙ୍କୁ ଦର୍ଶନ ଦେବାପାଇଁ କିଛିଦିନ ଧରି ଧରାପୃଷ୍ଠରେ ଅବତରଣ କରିଥିବା ମାଁ ଦୁର୍ଗତି ନାଶିଣୀ ଦୁର୍ଗାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେବାପରେ ମାଁ ଙ୍କୁ ଆଜି ହଜାର ହଜାର ଭକ୍ତ ଆଖିରୁ ଲୁହ ନିଗାଡି ଶେଷ ଦର୍ଶନ କରି ମେଲାଣି ଦେଇଛନ୍ତି ।୫୧ବର୍ଷରେ ପଦାର୍ପଣ କରିଥିବା ବିନିକା ପୁରୁଣା ବସଷ୍ଟାଣ୍ଡ ନବରାତ୍ର ଦୁର୍ଗାପୂଜା ସମ୍ପନ୍ନ ହେବାପରେ ଆଜି ସହରରେ ବିରାଟ ଶୋଭାଯାତ୍ରାରେ ମାଁ ଙ୍କ ଜୟଗାନ କରି ଚିରସ୍ରୋତା ମହାନଦୀ ବିନିକା ଡଙ୍ଗା ଘାଟରେ ବିସର୍ଜନ କରାଯାଇଥିଲା । ମାଁ ଙ୍କ ଭସାଣି ଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲା କଳାହାଣ୍ଡି ଜୁନାଗଡ ଓ ବିରମହାରାଜପୁରର ଦୁଲଦୁଲି,ବିନିକା ଚୌକିଯୋର କୋଳପଡ଼ାର ଘଣ୍ଟ ବାଦ୍ୟ ।ସଂଘ ସଭାପତି ସନ୍ତୋଷ କୁମାର ପଣ୍ଡା ଓ ସମ୍ପାଦକ ଗନ୍ଦର୍ପ ମାହାରଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।ସେହିପରି ବିନିକା ନୂଆଁବଜାର,ଗଜପତିନଗର,ଦଲ୍ଲୀମାର୍କେଟ ଆଦି ସ୍ଥରେ ହୋଇଥିବା ମାଁ ଙ୍କ ପୂଜା ଓ ଭସାଣି ପର୍ବ ସମ୍ପନ୍ନ ହୋଇଥିବା ଜଣାପଡିଛି ।