-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
07-Oct-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣୀଗୋଛା ଥାନା ଗୁର୍ହା ଗ୍ରାମରୁ ଜଣେ ନିର୍ଯ୍ୟାତିତା ମହିଳାଙ୍କୁ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରିଛି ବାଣୀଗୋଛା ପୋଲିସ୍ । ପ୍ରାପ୍ତ ସୂଚନା ଅନୁସାରେ, ଗୁର୍ହା ଗ୍ରାମର ପ୍ରକାଶ ନାୟକ ପ୍ରାୟ ଦୁଇବର୍ଷ ତଳେ ସନ୍ତୋଷିନୀ ବେହେରାଙ୍କୁ ପ୍ରେମ ବିବାହ କରିଥିଲାବେଳେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି l ଦୁଇମାସ ତଳେ ପ୍ରକାଶ, ସନ୍ତୋଷୀନିଙ୍କୁ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ୍ କରିବା ସହିତ ମାର୍ ଧର୍ ଆରମ୍ଭ କରିଦେଇଥିଲେ । ବାରମ୍ବାର ସନ୍ତୋଷୀନିଙ୍କୁ ବାପଘରୁ ମୋଟା ଅଙ୍କର ଯୌତୁକ ନ ଆଣିଲେ, ଜୀବନରେ ମାରିଦେବାକୁ ଧମକ୍ ମଧ୍ୟ ଦେଉଥିଲେ । ହେଲେ ତାଙ୍କ ବାପଘର ମୋଟା ଅଙ୍କର ଯୌତୁକ ଦେବାକୁ ଅକ୍ଷମ ବୋଲି ସନ୍ତୋଷୀନି କହିବାରୁ କିଛିଦିନ ହେବ, ପ୍ରକାଶ ସନ୍ତୋଷୀନିଙ୍କୁ ଭୟଙ୍କର ମାଡ଼ମାରିବା ସହିତ ବ୍ଲେଡ୍ ରେ ଶରୀରର ବିଭିନ୍ନ ସ୍ଥାନକୁ ଅତି ଅମାନୁଷିକ ଭାବରେ କାଟି ଏକ କୋଠରୀ ଭିତରେ ବନ୍ଦ ରଖି, ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ, ତାଙ୍କ ମୁଣ୍ଡ ନଣ୍ଡା କରି ଦେଇଥିଲେ । ସାହି ପଡିଶା ଏହାର ପ୍ରତିବାଦ କରିବାରୁ, ପ୍ରକାଶ ସାହି ପଡିଶାଙ୍କୁ ମଧ୍ଯ ଧମକ୍ ଦେଇଥିଲେ । ଗତ ଦୁଇଦିନ ତଳେ ପ୍ରକାଶ ଉତକ୍ଷିପ୍ତ ହୋଇ, ସନ୍ତୋଷୀନିଙ୍କ ମୁଣ୍ଡରେ ପଥର ପକାଇ ଜୀବନରେ ମାରିଦେବାକୁ ଚେଷ୍ଟା କରୁଥିବାବେଳେ, ସନ୍ତୋଷିନୀ କୌଶଳ କ୍ରମେ, ଶ୍ବଶୁରଙ୍କୁ ଜଣାଇବା ପରେ,ଶ୍ବଶୁର ବାଣୀଗୋଛା ଥାନା ଅଧିକାରୀଙ୍କୁ ଜଣାଇଥିଲେ । ବାଣୀଗୋଛା ପୋଲିସ୍ ସନ୍ତୋଷିନୀକୁ ବନ୍ଦ କୋଠରୀରୁ ଅତ୍ୟନ୍ତ ଦୟନୀୟ ଓ ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିବା ବେଳେ ଅଭିଯୁକ୍ତ ପ୍ରକାଶ ଫେରାର୍ ଥିଲା । ବାଣୀଗୋଛା ଥାନାଧିକାରୀ ସଂଜୟ କୁମାର ମଲ୍ଲିକ ବିଶେଷ ସୁତ୍ରରୁ ଖବରପାଇ, ଅଭିଯୁକ୍ତ ପ୍ରକାଶକୁ ଏକ ବାଇଗଣ ବାଡିରୁ ଗିରଫ କରିଛନ୍ତି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ବାଣୀଗୋଛା ଥାନାଧିକାରୀ ସୂଚନା ଦେଇଛନ୍ତି ।