-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
01-Oct-2022
ଟିଟିଲାଗଡ,:ଟିଟିଲାଗଡ଼ ନିକଟସ୍ଥ ଘଣ୍ଟବାହାଲି ଗ୍ରାମରେ ବେଆଇନ ମଦ ବିକ୍ରୀ କରୁଥିବା ଅଭିଯୋଗ ରେ ୭୦ ଗୋଟି ଦେଶୀ ମଦ ପ୍ୟାକେଟ ସହ ଦକ୍ଷିଣ କୁମ୍ଭାର ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ନୂଯାୟୀ ଟିଟିଲାଗଡ ପୋଲିସ୍ ପେଟ୍ରୋଲିଂ ବେଳେ ଗ୍ରାମ ରେ ବେଆଇନ ଭାବେ ଉକ୍ତ ଦକ୍ଷିଣ କୁମାର ଛତର ଜରି ପ୍ୟାକେଟ ମଦ ବିକ୍ରି କରୁଥିବା ବେଳେ ପୋଲିସ ମଦ ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏ ନେଇ ଥାନା କେଶ ନଂ – ୩୦୩/୨୦୨୨ କ୍ରମେ ଧାରା-୫୨(ଏ) ଓଡ଼ିଶା ରାଜ୍ୟ ଅବକାରୀ ଧାରା ୨୦୦୮ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏ.ଏସ.ଆଇ ଦେବରାଜ ମାଝି ତଥା ଅନ୍ୟ ପୋଲିସ୍ କର୍ମଚାରୀ ମିଳତଭାବେ ଚଢ଼ାଉ କରି ଥିଲେ ।ଅନ୍ୟ ଥାନା କର୍ମଚାରୀ ଉପସ୍ଥିତ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ଅନ୍ୟ ଏକ ପୋଲିସ୍ ଟିମ୍ ରେ ଏସ.ଆଇ ଦେବାଶିଷ ଶତପଥୀ ଓ ଅନ୍ୟ ଥାନା କର୍ମଚାରୀ ମୀନକେତନ ପାଣ୍ଡେ, ଲକ୍ଷ୍ମଣ ସଲତର, ମୁକ୍ତା କୁଲୁ ଙ୍କ ସହ ଟିଟିଲାଗଡ ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଲେସୁନବାହାଲି ଗ୍ରାମର ପ୍ରେମାନନ୍ଦ ତାଣ୍ଡି (ବ -୩୫) ନାମକ ଜଣେ ବ୍ୟକ୍ତି ଙ୍କ ନିକଟରୁ ୫୨ ଗୋଟି ଜରି ମଦ ପ୍ୟାକେଟ ପାଉଚ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ଦଶହରା ତଥା ପାର୍ବଣ ଋତୁ କୁ ଦୃଷ୍ଟି ରେ ରଖି ବେଆଇନ କାର୍ଯ୍ଯ ତଥା ନିଶାଦ୍ରବ୍ୟ କାରବାର ଚଳାଇଥିବା ଅଭିଯୁକ୍ତ ଙ୍କ ବିରୋଧ ରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଟିଟିଲାଗଡ ପୋଲିସ୍ ର ଏକ ଟିମ୍ ବୁର୍ଡି ପଡ଼ା ଗ୍ରାମର କାନ୍ତ ରତେଇ (ବ-୬୧) ନାମକ ଜଣେ ବ୍ୟକ୍ତି ଙ୍କୁ ଜରି ମଦ ପ୍ୟାକେଟ ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ଏସ ଆଇ ଦେବରାଜ ମାଝୀ ଓ ଲକ୍ଷ୍ମଣ ସଲତର, ନରେଶ କହଁର ନାମକ ପୋଲିସ କର୍ମଚାରୀ ସାମିଲ ଥିଲେ।
ଅନୁରୂପ ଭାବେ ଏ ଏସ ଆଇ କପୁର ଚନ ପ୍ରଧାନ, ମିନକେତନ ପାଣ୍ଡେ, ମେନକା ପୁଟା,ଓ ରାମ ସୁନ୍ଦର ମୁଦୁଲି ମିଳିତ ଭାବେ ଟିଟିଲାଗଡ ଡି ଏ ଭି କଲେଜ ନିକଟରେ ସନ୍ତୋସିନି ରାଜପୁତ ନାମ୍ନୀ ଜଣେ ମହିଳା ଙ୍କ ନିକଟରୁ ବେଆଇନ ଭାବେ ବିକ୍ରୀ କରୁଥିବା ମଦ ଜବତ କରି ତାଙ୍କୁ ଗିରଫ କରିଥିଲେ । ଉକ୍ତ ମହିଳା ଙ୍କ ନିକଟରୁ ୧୧ଗୋଟି କିଙ୍ଗ ଫିସର ଷ୍ଟ୍ରଙ୍ଗ ବିଅର ଓ ୧୯ ଗୋଟି ଦେଶି ମଦ ପ୍ୟାକେଟ ଜବତ କରି କୋର୍ଟ ଚାଲାଣ କରାଯାଇ ଥିବା ଥାନାଧିକାରୀ ସୁଚନା ଦେଇଛନ୍ତି।