-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
01-Oct-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଘଣ୍ଟରାସାହିରେ ରଞ୍ଜିତ ପଧାନ (୩୮)ଓ ତାଙ୍କର ଦୁଇ ଶିଶୁ ପୁତ୍ର (୧୨ ଓ ୫ ) ଅବହେଳିତ ଅବସ୍ଥାରେ ଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ରଞ୍ଜିତ ଅଜଣା ରୋଗରେ ଆକ୍ରାନ୍ତ ଥିବା ବେଳେ ସ୍ତ୍ରୀ ଏକ ବର୍ଷରୁ ଅଧିକ ସମୟ ହେବ ଘର ଛାଡ଼ି କୁଆଡେ ଚାଲି ଯାଇଛନ୍ତି। ଖବର ପ୍ରକାଶ ପାଇବାପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର , ସରିତା ସୁନା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଦିଲ୍ଲୀପ ମୁଖୀ ପ୍ରମୁଖ ଗ୍ରାମକୁ ଯାଇ ଅସହାୟ ଅବସ୍ଥାରେ ଥିବା ଶିଶୁଦ୍ବୟଙ୍କ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ, ଏବଂ ସମ୍ପର୍କୀୟଙ୍କୁ ବୁଝାସୁଝା କରି ଶିଶୁ ମଙ୍ଗଳ କମିଟି ପକ୍ଷରୁ ୨ ଶିଶୁଙ୍କ ପାଠପଢ଼ା ଓ ଯତ୍ନ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ବାପା ରଞ୍ଜିତ ପଧାନଙ୍କ ବିୟୋଗ ଘଟିଥିଲା। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଈଗରିଆ ଘଣ୍ଟରାସାହି ଗ୍ରାମକୁ ଶିଶୁଦ୍ବୟଙ୍କ ଉଦ୍ଧାର କରି ଶିଶୁ ଗୃହକୁ ପଠାଇ ଥିବା ଜଣାଯାଇଛି। ଏହି ଅବସରରେ ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ, ଅଙ୍ଗନୱାଡ଼ି କର୍ମୀ ସବିତା ପୂଜାରୀ, ୱାର୍ଡ ସଭ୍ୟ ରଜନୀ ପଧାନ, ବଡ ବାପା ବେଡା ପଧାନ,ମାମା ଦ୍ରୋପଦୀ ବିଶି, ସୀୟା ସଦସ୍ୟ ଦିଲ୍ଲୀପ ପଧାନ,ଗୋବିନ୍ଦ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।