-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
30-Sep-2022
ବୌଦ୍ଧ (-ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲାପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତା ରେ, ମଥୁରା ପଞ୍ଚାୟତ ଦନ୍ତାପଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନ ରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣୀଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଇତ୍ୟାଦି ଜିଲ୍ଲାର ସାମାଜିକ ଅନୁଷ୍ଠାନ ମିଳିତ ଉଦ୍ୟମରେ ଦେବ ଲକ୍ଷଣl ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନ ଏ ସି ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜଲନ ପୂର୍ବକ ଉଦଘାଟନ କରି ଉପସ୍ଥିତ ତାଲିମ ନେତ୍ରୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିବା ସହ ଗୋ ସୁରକ୍ଷା ଓ ଗୋ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ l ଅନ୍ୟତମ ଅତିଥଭାବେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଇ ମୋନରଞ୍ଜନ ପଣ୍ଡା, ମିଶନ ଶକ୍ତି ଅଧିକାରୀ ଓ କର୍ମଚାରୀ ଏସ ରହମାନ, ସୂପର୍ଣା ମହାନ୍ତି, ପବନ କୁମାର ପଳେଇ, ମନୋରଞ୍ଜନ ପାଲ୍ ଓ ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ l କମ୍ ଦିନ ମଧ୍ୟରେ ଏନ୍ ଏ ସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିାରୀମାନେ ପ୍ରତିଶ୍ରୁତି ଦେଇଥିଲେ l ମୁଖ୍ୟ ପ୍ରସିଶିକ୍ଷା ଭାବେ ସୁନ୍ଦରଗଡ଼ ବିଶିଷ୍ଟ ଗୋ ସେବିକା ତାରାକାନ୍ତ ପଟେଲ ଯୋଗଦେଇ ଗୋବର ରୁ ଦୀପ, ଧୂପ ଫୁଲ କୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ l ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦ ଜନ ମହିଳା ଯୋଗ ଦେଇ ତାଲିମ ନେଇଥିଲେ l ଏଥିରେ ସୁଷମା କଲତା, ପ୍ରତିମା ଦନ୍ତା, ସୁଷମା ସେଠୀ, ସୀତା ସେଠୀ, ପଦ୍ମା ସେଠୀ, ଲିଲିରାନୀ ସେଠୀ, ମାନସୀ ଦଳବେହେରା, ରୀମା ସେଠୀ, ସୈରେନ୍ଦ୍ରି ଖପର ପ୍ରମୁଖ ତାଲିମ ଗ୍ରହଣ କରି ଆସନ୍ତା ଦିନରେ ଜିଲ୍ଲା ମଧ୍ୟରେ ଆଗ୍ରହୀ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଉକ୍ତ କାର୍ଯୟକ୍ରମରେ ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ କାର୍ଯକ୍ରମ ପରିଚାଳନା କରିଥିବା ବେଳେ ମାହେଶ୍ୱରୀ ଗୋଶାଳା ଉପାଧକ୍ଷ କବିରାଜ ହୃଷୀକେଶ ଖେତୀ ଓ ମର୍ଜାକୁଦ ପୂର୍ବ କାଉନସିଲର ତରଣୀ ସେନ ମାଝି ଉପସ୍ଥିତ ଥିଲେ।