-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
30-Sep-2022
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ଯାଉଥିବା ଲହଙ୍ଗିର ସେବାଶ୍ରମ ବିଦ୍ୟାଳୟ ଠାରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି ।ଏ ପରିପ୍ରେକ୍ଷୀରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଚାନ୍ଦିନୀ ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଅନୀତା ଭୋଇ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ବିଦ୍ୟାଳୟ ର ସୁ-ପରିଚାଳନା ପାଇଁ ଗଢିଥିବା କମିଟି ର ଚେୟାରମେନ ଶ୍ରୀମାନ ତୋଫାନ ସିଂ ବରିହା,ମାଁ ସଂପୂର୍ଣ୍ଣା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭାନେତ୍ରୀ ଟିକେଶ୍ୱରୀ ବଢେଇ,ସମ୍ପାଦକ ତପସ୍ୱିନୀ ଛତର୍ ତଥା ମୁଖ୍ୟ ଅତିଥି ଶ୍ରୀମତି ଭୋଇ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା ।ପରେ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ରେ ଅଧ୍ୟୟନ ସମୟରେ ଶୃଙ୍ଖଳିତ ଭାବେ ଶିକ୍ଷକ ଙ୍କ ପଠନ କୁ ଗୁରୁତ୍ୱଦେଇ ପାଠପଢିବା,ପ୍ରତିଦିନ ସ୍କୁଲ ରେ ଉପସ୍ଥାନ ରହିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସରପଞ୍ଚ ମହୋଦୟା ପରାମର୍ଶ ଦେଇଥିଲେ ।