-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
30-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତର ରାଜୀବ ସେବା କେନ୍ଦ୍ର ଠାରେ ଲୋଇସିଂହା ବ୍ଲକ ବାରିକ ସମାଜ ତରଫରୁ ନୁଆଁଖାଇ ଭେଟଘାଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମଟି ସଭାପତି ଜୟଦେବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ନୁଆଁଖଇର ମୁଖ୍ୟ ଉଦେଶ୍ୟ ଭାଇ ଭାଇ ମଧ୍ୟରେ ସ୍ନେହ ଶ୍ରଦ୍ଧା, ଭାଇଚାରା ମିଶି ଖାଇଲେ ନୁଆଁଖାଇ ଭଳି ଲାଗିବ, ଏହାସହ ବାରିକ ସମାଜର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଦ୍ୱାରା ଶିକ୍ଷିତ ହେବା ସହ ସମାଜକୁ ସଂଗଠିତ କରିବା, ବାରିକ ସମାଜ ପ୍ରତି ଅନ୍ୟ କେଉଁ ବ୍ୟକ୍ତି ବିଶେଷ ଆକ୍ଷେପ କରେ ତାହେଲେ ତାକୁ ଉଚିତ ଜବାବ ଦେବା, ପରସ୍ପର ପ୍ରତି ସାହାଯ୍ୟ ଓ ସହଯୋଗର ହାତ ବଢାଇବା ଭଳି ଅନେକ ଗୁଡିଏ ଅତିଥିବୃନ୍ଦ ବକ୍ତବ୍ୟ ରଖିଥିଲେ l ମୁଖ୍ୟଅତିଥି ଭାବେ ଅନୁରାଧା ପ୍ରିୟଦର୍ଶିନୀ ବେହେରା ଯୋଗଦେଇ ବାରିକ ସମାଜକୁ ନୁଆଁଖଇର ଶୁଭେଚ୍ଛା ଜଣାଇବା ସହ ତାଙ୍କ ସ୍ୱାମୀ ଶ୍ରୀ ନିହାରରଞ୍ଜନ ବେହେରା ଏହି ସମାଜର ଗୋଟିଏ କାମଟି ଅଧା ବାଟରେ ଅଟକି ରହିଛି ତାକୁ ଆଗାମୀ ଦିନରେ ପୂର୍ଣ୍ଣ କରିବେ ବୋଲି ଆଶ୍ୱାସନା ଦେଲେ l ମୁଖ୍ୟବକ୍ତା ପଶ୍ଚିମ ଓଡିଶା ପୂର୍ବତନ ଏବଂ ବଲାଙ୍ଗୀର ଜିଲ୍ଲା ସଭାପତି କଙ୍ଗଲୁ ବାରିକ, ସ୍ଥାନୀୟ ସରପଞ୍ଚ ବନିତା ମେହେର, ପଶ୍ଚିମଓଡିଶା ପୂର୍ବତନ ସାଧାରଣ ସମ୍ପାଦକ ବୃନ୍ଦାବନ ବାରିକ, ଜିଲ୍ଲା ଉପ ସଭାପତି ନବୀନ ପଶାୟତ, ସେଲୁନ ସଂଘ ସଭାପତି ଶିଶିର ବାରିକ, ବ୍ଲକ ସଭାପତି କିଶୋର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହାସହ
ସମାଜ ପାଇଁ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ବରଗଡ଼ ଜିଲ୍ଲାର ଟ୍ୱିଟର ଗାର୍ଲ ଦିପା ବାରିକ, ଅନେକ ଥର ରକ୍ତ ଦେଇ ଚର୍ଚ୍ଚାରେ ଥିବା ରକ୍ତଦାତା ମିଳନ କୁମାର ବାରିକ, ହେମସାଗର ବାରିକ, ପଞ୍ଚାନନ ପଶାୟତ, ଅଧିକାରୀ ବାରିକ, ଗୌର ବାରିକ ସହିତ ସମାଜର 9 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଏହା ସହ ଲୋଇସିଂହାର ଦୁଇଜଣ ସାମ୍ବାଦିକ ଶ୍ୟାମସୁନ୍ଦର ମେହେର ଓ ସୁଶାନ୍ତ ବାରିକ ଦ୍ୱୟଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଗଲା l ବ୍ଲକ ସଭାପତି କିଶୋର ବାରିକ ଧନ୍ୟବାଦ ଅର୍ପଣ କରି ଥିବାବେଳେ ସତ୍ୟ ନାରାୟଣ ବାରିକ, ନାରାୟଣ ବାରିକ, ରୁଷଭ ବାରିକ, ଗୋବିନ୍ଦ ବାରିକ, ଜିତେନ୍ଦ୍ର ପଶାୟତ, ପଙ୍କ ପଶାୟତ, ବାଜପେୟୀ ପଶାୟତ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ l