-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
29-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ) ୫୨ବର୍ଷରେ ପଦାର୍ପଣ କରିଥିବା ବିନିକା ପୁରୁଣା ବସଷ୍ଟାଣ୍ଡ ନବରାତ୍ରି ଦୁର୍ଗାପୂଜାର ଦ୍ଵିତୀୟ ଦିବସରେ ମା ଦୁର୍ଗା ବିଭିନ୍ନ ପ୍ରକାରର ବେଶରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।ସେହିପରି ଅନ୍ୟ ପକ୍ଷରେ ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ଆୟୋଜିତ ରାବଣ ଦରବାରକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କମିଟି ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା,ବିନିକା ଏନ.ଏ.ସି ଇଓ ଶ୍ରୀକୁମାର ରଥ, ଥାନା ଅଧିକାରୀ ପବିତ୍ର ସାହୁ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।