-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
28-Sep-2022
ସୁବର୍ଣ୍ଣପୁର - ଆଜି ନବରାତ୍ରୀ ର ତୃତୀୟ ଦିବସରେ ମାଁ ସୁରେଶ୍ୱରୀ ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶଧାରଣକରି ଭକ୍ତମାନଙ୍କୁ ଦର୍ଶନଦେଉଛନ୍ତି। ମାତାଙ୍କ ଏହି ରୂପରେ ଅତ୍ୟନ୍ତ ଶାନ୍ତସ୍ୱରୂପ ଯୋଗୁଁ ଭୟମୁକ୍ତ ହୋଇ ଭକ୍ତବୃନ୍ଦ ମାଆଙ୍କପାଖକୁ କୃପାଭିକ୍ଷା ସକାଶେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସକାଶେ ଆସୁଥିବା ଦେଖିବାକୁ ମିଳିଛି। ଏହି ରୂପରେ ମାଆଙ୍କୁ ଦର୍ଶନ କରିବାଦ୍ୱାରା ମନରେ ଅପାର ଆତ୍ମସନ୍ତୋଷ ସହ ମନୋବାଂଛିତଆଶା ଓ ଆକାଂକ୍ଷା ପୁରଣ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଅଛି।
ପୌରାଣିକକଥା ଅନୁଯାୟୀ ଭଣ୍ଡାସୁର ନାମକ ଅସୁରର ଅତ୍ୟାଚାର ଓ ଦୌରାତ୍ମ୍ୟରୁ ରକ୍ଷା ସକାଶେ ଦେବରାଜଇନ୍ଦ୍ର ମଧ୍ୟ ମାତା ତ୍ରିପୁରା ସୁନ୍ଦରୀଙ୍କ ଆରାଧନା କରିଥିବା ଜଣାଯାଏ।ଉକ୍ତ ସମୟରେ ମାତା ଭଣ୍ଡାସୁରକୁ ବଧକରି ଦେବତାମାନଙ୍କୁ ଭୟମୁକ୍ତ କରିଥିଲେ। ସେଥିପାଇଁ ନବରାତ୍ରୀ ସମୟରେ ମାଆଙ୍କ ଏହି ଶାନ୍ତ ସ୍ୱରୂପକୁ ଆରାଧନା ଓ ପୂଜାର୍ଚ୍ଚନା କରିବାଦ୍ୱାରା ଭୟମୁକ୍ତ ଜୀବନ ମିଳିପାରିଥାଏ ବୋଲି ବିଶ୍ଵାସ ରହିଛି। ଏଣୁ ଏପରି ଦୁର୍ଲଭ ବେଶ ସବୁକୁ ସ୍ୱଚକ୍ଷୁରେ ଦର୍ଶନ କରି ଭକ୍ତମାନେ ବିମୋହିତ ହୋଇଥିବା ଲକ୍ଷ୍ୟ କରାଯାଇଛି।