-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
28-Sep-2022
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ରାମପୁର, ଧନ୍ଦାମୂଳକ ଶିକ୍ଷା ରିଟେଲ ବିଭାଗର ଅଧ୍ୟୟନରତ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗତ 26 ତାରିଖ ବଲାଙ୍ଗୀର ସ୍ଥିତ ବିଶାଳ ମେଗାମର୍ଟ ଓ 27 ତାରିଖ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଲାଙ୍ଗୀର ସ୍ଥିତ ରିଲାଏନ୍ସ ମେଗାମାର୍ଟ ପରିଦର୍ଶନ କରିଥିଲେ l ପରିଦର୍ଶନ ସହିତ ନିଜର ଅଧ୍ୟୟନ ବିଷୟକୁ ଧନ୍ଦାମୂଳକ ଶିକ୍ଷକ ଧନୁର୍ଦ୍ଧର ସୁନା, ରିଟେଲ ବିଷୟକୁ ନେଇ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାର୍ଟର ଆବଶ୍ୟକତା ଜିନିଷ ଅତି ଆଗ୍ରହ ସହ ଜାଣିବାକୁ ପାଇଥିଲେ l ନବମ ଶ୍ରେଣୀର 39 ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର 34 ଜଣ ଛାତ୍ରଛାତ୍ରୀ ମାର୍ଟ ପରିଦର୍ଶନକୁ ଯାଇଥିଲେ l ପରିଦର୍ଶନ ବେଳେ ଛାତ୍ରଛାତ୍ରୀ ଖୁଵ ଖୁସି ଅନୁଭବ କରିଥିଲେ l ବିଦ୍ୟାଳୟର କୌଶଲ୍ୟା ବିଶି ମେଡମ ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଷୟରେ ଜାଣିବାକୁ ବିଶେଷ ସହଯୋଗ କରିଥିଲେ l