-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
28-Sep-2022
କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
କରୋନା ସମୟରେ ମୋ ଚାଟଶାଳୀ ମାଧ୍ୟମରେ ପାଠ ପଢାଇ ଆସୁଥିବା 20 ରୁ 25 ଜଣ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ନାଗରିକ ବିକାଶ ସଂଗଠନ କୋକସରା ବ୍ଲକବଡ଼ପୋଡ଼ାଗୁଡ଼ା ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ କରାଯାଇଛି।
ଏହି ଶିବିର ଆୟୋଜନ କରାଯିବାର ମୁଖ୍ୟ ବିଷୟ ହେଉଛି, ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା ଓ ଅଭିବାଦନ ଜଣାଇବା, OSM, MSMO ଓ ଆତ୍ମଶକ୍ତି ଟ୍ରଷ୍ଟର ଲୋକସେବୀ ମହତ୍ ଉଦ୍ଦେଶ୍ୟକୁ ଅବଗତ କରାଇବା ଏବଂ ମୋ ଚାଟଶାଳୀର ଅଭିଜ୍ଞତା ଉଲ୍ଲେଖ କରିବା। ସ୍ଵେଚ୍ଛାସେବୀ ମାନେ ଆସନ୍ତା ସମୟରେ ଜଣେ ଜଣେ ସ୍ଵେଚ୍ଛାସେବୀ 12 ଜଣ ସାଥୀଙ୍କୁ ଯୋଡି ବ୍ୟକ୍ତି ନିର୍ମାଣ ଏବଂ ସମାଜ ନିର୍ମାଣ ରାସ୍ତାରେ ଅଗ୍ରସର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆତ୍ମଶକ୍ତି ଟ୍ରଷ୍ଟର ପ୍ରଶିକ୍ଷଣ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ବାଳକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ।
ଏଠାରେ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ମୁଖ୍ଯ ଅତିଥି ଭାବେ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ର ବୟୋଜ୍ଯେଷ୍ଠ ୱାର୍ଡ଼ ମେମ୍ବର ସଭ୍ୟ ଶ୍ରୀଯୁକ୍ତ ନରହରି ସୁନା, ଜିଲ୍ଲା ଜନ ଓକିଲାତି କମିଟିର ସଦସ୍ୟା ଶ୍ରୀମତି ରଜତ କାନ୍ତି ଦୂର୍ଗା, ସ୍ଵେଚ୍ଛାସେବୀ ଉପଦେଷ୍ଟା କମିଟିର ସଭ୍ୟ ଅରବିନ୍ଦ ପଟ୍ଟନାଏକ ଏବଂ ଧବଳେଶ୍ଵର ଗହୀର ପ୍ରମୁଖ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ ମୋ ଚାଟଶାଳୀର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟ କ୍ରମ ରେ ତ୍ରିନାଥ ବେଶ୍ରା ,ଆମପାଣି ସରପଞ୍ଚ ଓ ବଡ଼ପୋଡ଼ାଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ, ସମାଜ ସେବୀ ନରେଶ ନାୟକ ଓ ହରିଚନ୍ଦ୍ର ନାୟକ, ଅଙ୍ଗନବାଡି କର୍ମୀ ମାନେ ଏବଂ ବିଭିନ୍ନ ବଦାନ୍ୟ ପୂର୍ଣ୍ଣ ବ୍ଯକ୍ତି ମାନଙ୍କର ଅନୁଦାନ ଓ ସାହାଯ୍ୟରେ ଶିବିର ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା l
ଉକ୍ତ ଶିବିର କାର୍ଯ୍ୟକ୍ରମକୁ ଧର୍ମଗଡ ବ୍ଲକ୍ ସଂଯୋଜକ ଜଗନ୍ନାଥ ଶଗଡ଼ିଆ ଏବଂ କୋକସରା ବ୍ଲକ ସଂଯୋଜକ ଉପେନ୍ଦ୍ର ସୁନାନୀ ସମେତ ଜନସାଥୀ ତ୍ରିନାଥ ବେଶ୍ରା,ମୁକ୍ତା ଠାକୁର, ହେମାମାଳିନୀ ନାଏକ ଏବଂ ଗୋକୁଳ ଛତ୍ରିଆ , ଶେଚ୍ଛା ସେବୀବୀଣାପାଣି ଦୁର୍ଗା , ଭୂମି ସୂତା ବେଶ୍ରା ପୂର୍ଣ୍ଣ ସାହାଯ୍ୟ ସହୋଯାଗ କରିଥିଲେ।