-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
26-Sep-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନିପାଟଣା - ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥ ମଧ୍ଯରେ ପଡୁଥିବା ଚାନ୍ଦୋତରା ରୁ ଗନ୍ଧର୍ଲା ମଝିରେ ବିରେନ୍ଦ୍ର ଢାବା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଘଟଣାନୁଯାଇ ଚାନ୍ଦୋତରା ପଞ୍ଚାୟତ ଅନ୍ତର୍ଗତ କୁରଲୁଭଟା ଗ୍ରାମର ତୁଳସୀରାମ ଚଣ୍ଡି ୨୫ ଓ ଗୁଆନ ଚଣ୍ଡି ୨୬ ଖଡିଆଳ ପଟୁ ନିଜ ଗାଁକୁ ଫେରୁଥିଲେ ଠିକ ସେହି ସମୟରେ ଏକ ଟ୍ରକ ପି ବି ୦୨ ସି ଏମ ୮୯୮୯ ନମ୍ବର ଥିବା ଆସୁଥିଲା। କୌଣସି କାରଣରୁ ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ଖବରପାଇ ଚାନ୍ଦୋତରା ସରପଞ୍ଚ ଜିତେନ ବଛା ତାଙ୍କ କିଛି ସହଯୋଗୀ ଯୁବକ ମାନଙ୍କ ସହ ଏକ ଅଟୋ
ଯୋଗେ ଗୁରୁତର ଥିବା ଯୁବକ ଦ୍ବୟଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପହଞ୍ଚାଇଥିଲେ। ତେବେ ଡ୍ୟୁଟିରେ ଥିବା ଡକ୍ଟର କଳାକାହ୍ନୁ ଖୁଆସ ଗୁରୁତର ଥିବା ଯୁବକ ଦ୍ବୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ସିନ୍ଧେକେଲା ପୋଲିସ ଏଏସଆଇ ଆଦିତ୍ଯ ସାହୁ ପହଞ୍ଚି ଗାଡି ଜବତ କରି ଥାନାକୁ ଆଣି ଅଟକ ରଖିଥିବା ସୁଚନା ମିଳିଛି।