-+91-9937148622 |

prerana_bgr@rediffmail.com |

  Sunday 1st October 2023 |

| | | |

R.N.I. Regd No. ODIODI/2010/46693

Breaking News

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ - ବାବେବିର   (01-Oct-2023)       ||      ମୁରିବାହାଲ ପଂଚାୟତି ଉଚ୍ଚ ବିଦ୍ଯାଳୟ ଠାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ।   (01-Oct-2023)       ||      ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ    (01-Oct-2023)       ||      ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   (01-Oct-2023)       ||      ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    (30-Sep-2023)       ||      ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ    (30-Sep-2023)       ||      ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   (30-Sep-2023)       ||      ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   (30-Sep-2023)       ||      ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   (30-Sep-2023)       ||      ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।    (30-Sep-2023)       ||      ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ    (29-Sep-2023)       ||       ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    (29-Sep-2023)       ||      ଡଙ୍ଗରପଡାରେ ଅନନ୍ତମୁଖୀ ଓ ଭଗବତ୍ ଜନ୍ମ ଉତ୍ସବ ପାଳନ   (29-Sep-2023)       ||      ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ହୃଦୟ ଦିବସ ପାଳନ   (29-Sep-2023)       ||      ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ , କେନ୍ଦ୍ର ର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ    (29-Sep-2023)       ||      ଘେନୁପାଲିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ଉତ୍ସବ   (29-Sep-2023)       ||      ବିଭିନ୍ନ ପଦବୀ ଚୟନ ଅନୀୟମିତତା କୁ ନେଇ ହଳଦୀ ହାଇସ୍କୁଲ ରେ ତାଲାମାରିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା l   (29-Sep-2023)       ||      ଜିଲ୍ଲା ଯୋଜନା କମିଟି ର ସଦସ୍ୟ ହେଲେ ଦୁଇ କାଉନସିଲର    (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ରୁ ବହିସ୍କାର କରାଯିବା ପ୍ରତିବାଦରେ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||      ବିଧାୟକ ଡ. ମୁକେଶ ମହାଲିଙ୍ଗ କୁ ବିଧାନସଭା ରୁ ବହିସ୍କାର କରାଯିବା ଦାବିରେ ଲୋଇସିଂହା ଠାରେ 26 ନଂ ଜାତୀୟ ରାଜପଥ ଅବରୋଧ   (29-Sep-2023)       ||     

HOME   ରାଜନୀତି

ବଲାଙ୍ଗୀର ଜିଲ୍ଲାରେ ବିକାଶ ବନାମ ବୈମାତୃକମନୋଭାବ ପ୍ରସଙ୍ଗ ନରସିଂହଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଟୁକୁନୀ ସାହୁ

25-Sep-2022



ବଲାଙ୍ଗୀର,-ବଲାଙ୍ଗୀର ଜିଲ୍ଲାରେ ବିକାଶ ଅଟକିଯାଇଛି । ଅନୁଦାନ ଆସୁଛି କିନ୍ତୁ ତାହା ଖର୍ଚ୍ଚ ହୋଇପାରୁନି । ଜିଲ୍ଲାର ଅନେକ ପ୍ରକଲ୍ପ ଅଧାରେ ପଡିରହିଛି । ସରକାର ଜାଣିଶୁଣି ବୈମାତୃକ ମନୋଭାବ କାରଣରୁ ଜିଲ୍ଲାକୁ ଅବହେଳା କରୁଛନ୍ତି ବୋଲି କହି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସବିଧାୟକଦଳ ନେତା ଗତ ତିନିଦିନ ତଳେ ଏକ ସାମ୍ବାଦିକ ସମ୍ବଳନୀରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ । ନରସିଂହ ଅଭିଯୋଗ କରିଥିଲେ ଯେ,ପୂର୍ବଓଡିଶାରେ ସରକାର ପ୍ରକଲ୍ପମାନଙ୍କରେ ପ୍ରଚୁର ଅନୁଦାନ ଦେଇ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଲାଙ୍ଗୀର ଭଳି ଅନୁନ୍ନତ ଜିଲ୍ଲାର କଲେଜରେ ଅଧ୍ୟାପକ ନାହ.ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାଁନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭୁଷୁଡି ପଡିଛି । ବଲାଙ୍ଗୀରରେ ମେଡିକାଲ କଲେଜ ଖୋଲିଥିଲେ ହେଁ ସେଠାରେ ଡାକ୍ତର ନାହାଁନ୍ତି । ଠିକ ସେହିପରି ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ କରାଗଲା କିନ୍ତୁ ଦୁଇବର୍ଷ ପରେ ମଧ୍ୟ ଆବଶ୍ୟକ ଅଧ୍ୟାପକ କିମ୍ବା କର୍ମଚାରୀ ଦିଆଯାଇ ନାହିଁ । ଜଳସେଚନ ହାର ବଢାଇବାରେ ତଥା ଲୋୟରସୁକତେଲ ପ୍ରକଲ୍ପକୁ ସାରିବାରେ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଗଣମାଧ୍ୟମରେ ଅଭିଯୋଗ ଉଠାଇଥିଲେ ଓ ସରକାରଙ୍କ ଏଭଳି ବୈମାତୃକ ମନୋଭାବରୁ ରାଜ୍ୟ ଆଗାମୀଦିନରେ ବିଭାଜିତ ହେବାକୁ ଯାଉଛି ବୋଲି କହିଥିଲେ । 

 ତେବେ ଏହାର ଜବାବ ରଖିଛନ୍ତି ଟିଟିଲାଗଡ ବିଧାୟୀକା ତଥା ଜଳସଂପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ । ଶୁକ୍ରବାର ବଲାଙ୍ଗୀର ସାମ୍ବାଦିକଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଗଣମାଧ୍ୟମର ପ୍ରଶ୍ନରେ ମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାକୁ ନବୀନ ପଟ୍ଟନାୟକ ଦେଇଥିବା ବିକାଶ ପ୍ରକଲ୍ପ ଓ ଅନୁଦାନର ହିସାବ ଦେଇଛନ୍ତି । ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ବଲାଙ୍ଗୀର ଜିଲ୍ଲା ରହିଛି । ଆମେ ଯେତେବେଳେ ଯାହା ଦାବି ରଖିଛୁ ତାକୁ ପୂରଣ କରୁଛନ୍ତି । ବିକାଶ ଗୋଟିଏ ଦିନରେ ହୁଏ ନାହିଁ ବରଂ ଏକ ପ୍ରସେସରେ ହୁଏ । ନବୀନ ସରକାର ଅମଳରେ ବଲାଙ୍ଗୀରରେ ମେଡିକାଲ କଲେଜ ହେଲା,ରାଜେନ୍ଦ୍ର ମଗାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରାଗଲା,ଜଳସେଚନ ପାଇଁ ଲୋୟରସୁକତେଲ ପ୍ରକଲ୍ପକୁ ପ୍ରାଧାନ୍ୟଦେଇ ହଜାର ହଜାର କୋଟିର ଅନୁଦାନ ଦିଆଯାଇଛି । ଡେମକାମ ଓ ସ୍ପିଲୱେକାମ ସରିବାକୁ ଯାଉଥିବା ବେଳେ ଉଭୟ ପଟର ଭୂତଳ ପାଇପଲାଇନ କାମ ପାଇଁ ୧୬୫୦କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ସେହିପରି ଜିଲ୍ଲାରେ ଜଳସେଚନ ହାର ବଢାଇବାକୁ ଅଧିକ ୮ଟି ଭୂତଳଜଳ ଭଣ୍ଡାର,ନଦୀରେ ବ୍ୟାରେଜ,ମେଗା ଉଠାଜଳସେଚନ ପ୍ରକଲ୍ପ ଇତ୍ୟାଦି କରାଯାଉଛି । ବସଟର୍ମିନାଲ,ଟ୍ରକଟର୍ମିନାଲ ଓ ଆହୁରି ଅନେକ ପ୍ରକଲ୍ପ କାମ ଚାଲୁରହିଛି । ସେହିପରି ଗ୍ରାମାଞ୍ଚଳକୁ ପାନୀୟଜଳ ଯୋଗାଣ ପାଇଁ ବୃହତଉଠାଜଳସେଚନ ପ୍ରକଲ୍ପଗୁଡିକ ଅନୁମୋଦନ କରାଯାଇଛି । ଜିଲ୍ଲାର ହରିଶଙ୍କର ସମେତ ଅନ୍ୟାନ୍ୟ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଶହଶହ କୋଟିର ଅନୁଦାନ ଦିଆଯାଇଛି । ରୋଡ,ବ୍ରୀଜ ଓ ଅନ୍ୟାନ୍ୟ ଭିତ୍ତିଭୂମି କାମ ଚାଲୁରହିଛି ବୋଲି କହିବା ସହିତ ବିରୋଧି ତାଙ୍କର ସମାଲୋଚନା କରୁଥାନ୍ତୁ । ନବୀନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ମନ୍ତ୍ରୀ ଟୁକୁନୀ ସାହୁ କହି ନରସିଂହଙ୍କ ଅଭିଯୋଗର ଜବାବ ରଖିଛନ୍ତି । 


News Comment




Photo in News

Advertisment
Lastest News
  ଅପରାଧ  
ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ - ବାବେବିର   01-Oct-2023
  ଜିଲ୍ଲା  
ମୁରିବାହାଲ ପଂଚାୟତି ଉଚ୍ଚ ବିଦ୍ଯାଳୟ ଠାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ।   01-Oct-2023
  ଜିଲ୍ଲା  
ମୁନିସିପାଲଟି ନାରୀ ଶକ୍ତି ଫାଉଣ୍ଡେସନ ଓ ଅନ୍ୟ ସଂସ୍ଥା ଗୁଡ଼ିକର କନ୍ଧପାଲି ଅଞ୍ଚଳ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ   01-Oct-2023
  ଜିଲ୍ଲା  
ଭବାନୀ ପାଟଣା ନlରେଙ୍ଗିଖୋଲା ଗ୍ରାମ ଠାରେ ବିଭିନ୍ନ ସମସ୍ୟା କୁ ନେଇ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ l   01-Oct-2023
  ଜିଲ୍ଲା  
ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତି ରେ ପାତର ଅନ୍ତର ଅଭିଯୋଗ,  ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି    30-Sep-2023
  ଜିଲ୍ଲା  
ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ   30-Sep-2023
  ଜିଲ୍ଲା  
ଲୋଇସିଂହା କଲେଜ ଖେଳ ପଡିଆ ଠାରେ ଲୋଇସିଂହା ଓମେନ ଫାର୍ମର ପ୍ରଡୁସର କମ୍ପାନୀ ଲି. ର ବାର୍ଷିକ ଅଧିବେଶନ ଅନୁଷ୍ଠିତ   30-Sep-2023
  ଜିଲ୍ଲା  
ଦେଢ଼ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ   30-Sep-2023
  ଜିଲ୍ଲା  
ପଟୁଆବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପ୍ରତିଷ୍ଠା ହେବାର ଏକ ମାସ ନପୁରୁଣୁ ଆଜି ପ୍ରଥମ ଥର ପାଇଁ ଜଣେ ଚାଷୀଙ୍କୁ ଚାଷୀ ଋଣ ପ୍ରଦାନ କରାଯାଇଛି। ସମିତି କାର୍ଯ୍ୟାଳୟରେ ସଭାପତି ତଥା ଡଙ୍ଗତପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ଓ ସଂପାଦକ ଆଲୋକ କ୍ରିଷ୍ନା ମହାକୁଡଙ୍କ ଉପସ୍ଥିତିରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଚାଷୀ ଆଲୋକ ସାହୁଙ୍କୁ ପ୍ରଥମ ଚାଷୀ ଋଣ ସମବାୟ ସମିତି ପକ୍ଷରୁ ପ୍ରଥମ ରଣ ପ୍ରଦାନ କରିଥିଲେ।   30-Sep-2023
  ଜିଲ୍ଲା  
ପାଟଣାଗଡ଼ ବ୍ଲକ  ବ୍ଲକସ୍ତରୀୟ ଶାରଦୀୟ କ୍ରିଡା ମହୋତ୍ସବ ଉଦଯାପିତ   29-Sep-2023
  ଜିଲ୍ଲା  
 ରାଜେନ୍ଦ୍ର ୟୁନିଭିର୍ସିଟ  କଲେଜ  ସମ୍ମୁଖ ରେ ପରିବର୍ଦ୍ଧିତ ହଷ୍ଟେଲ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରୀ    29-Sep-2023

You Might Also Like