-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
25-Sep-2022
ସାପ୍ତାହୀକ ଖବର କାଗଜ "ବାର୍ତ୍ତା" ର ସମ୍ବଲପୁର ଜ଼ିଲ୍ଲା ପ୍ରତିନିଧି ତଥା ଓଜେୟୁ ସମ୍ବଲପୁର ଜ଼ିଲ୍ଲା ଶାଖାର ସକ୍ରିୟ ସଦସ୍ୟ ସାମ୍ବାଦିକ ସଂଜୀବ ପାଣିଗ୍ରାହୀ ଆଜି ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି I ଆଜି ସକାଳ ୧୦ ଟା ସମୟରେ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ଏକ ମୋଟରସାଇକେଲ ଯୋଗେ ଧନୁପାଲି ପଟୁ ସହରକୁ ଯାଉଥିବା ବେଳେ ସ୍ଥାନୀୟ ଗୋପାଳଜୀ ମଠ ନିକଟରେ ଏକ ଗାଈ ରାସ୍ତା ଉପରକୁ ଚାଲି ଆସିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ I ଏହା ଫଳରେ ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି I ସ୍ଥାନୀୟ ଭତରା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି I ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ମା' ସମଲେଶ୍ୱରୀଙ୍କ ଠାରେ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ I