-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
24-Sep-2022
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଠାରେ ଆସନ୍ତା ୯ ରୁ ୧୯ ତାରିଖ ଯାଏ ହେବାକୁଥିବା ୪୦ତମ ଗଜଲକ୍ଷ୍ମୀ ପୂଜା ଅବସରରେ 'ମୁରାସୁର ଦରବାର' କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିନିକା ବ୍ଲକ ଅନ୍ତର୍ଡାର କଳାକାର ଗୋପାଳ ଚନ୍ଦ୍ର ପଣ୍ଡା ଏଥିରେ ମୁରାସୁର ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜକ କମିଟି ପକ୍ଷରୁ ମୁରାସୁର ବରଣ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ସଭାପତି ଲବ କୁମାର ସାହୁ, ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ , କୁଶ କୁମାର ସାହୁ , ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣ, ମୋନଜ ନାଏକ, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, ପଦ୍ମନାଭ ପ୍ରଧାନ,ସନ୍ତୋଷ ସମର୍ଥ, ଆଦିତ୍ୟ ପ୍ରସାଦ ସାହୁ, ସୁନିଲ ପ୍ରଧାନ, ସତ୍ୟବ୍ରତ ଦ୍ଵାରୀ, ଲୋକନାଥ ସାହୁ,
ଗୋପୀନାଥ ସାହୁ, ଶ୍ୟାମ ନନ୍ଦ,ବଲରାମ ପଧାନ ପ୍ରମୁଖ ସଦସ୍ୟ ମାନେ କଳାକାର ଶ୍ରୀ ପଣ୍ଡାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସକାଶେ ଆମନ୍ତ୍ରଣ ଜଣେଇଥିଲେ । ଏଥିରେ ପୂଜା ଅବସରରେ ପ୍ରତ୍ୟେକ ଦିନ ରାମାୟଣ ପାରାୟଣ ସାଙ୍ଗକୁ ମୀନା ବଜାର, ସମ୍ବଲପୁରୀ ଶିଳ୍ପୀ ଅର୍କେଷ୍ଟ୍ରା, ଅପେରା, ମହିଳା ଦଣ୍ଡ ନୃତ୍ୟ, କୃଷ୍ଣଗୁରୁ, ଆଦି କାର୍ଯ୍ୟକ୍ରମ ଆୟୋଜିତ ଆୟୋଜନ ହୋଇଥିବା ଜଣାଯାଇଛି। ଏଥିସହ ୧୯ ତାରିଖ ଭଷାଣୀ ଉତ୍ସବ ଅବସରରେ ଦୁଲଦୁଲି, ଘଣ୍ଟବାଦ୍ୟ, ସମ୍ବଲପୁରୀ ମେଲଡୀ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।