-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
24-Sep-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ ଉତ୍ସବ ଉପଲକ୍ଷେ ବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇ ଜିଲ୍ଲା ଓ ପରେ ଖୋର୍ଦ୍ଧା ଜୋନସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ପାରଦର୍ଶିତା ପ୍ରଦର୍ଶନ କରି ଶେଷରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ଼ ବ୍ଳକ ନୋତ୍ତର ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଇପ୍ସିତା। ଏହି ଅବସରରେ ଭୁବନେଶ୍ୱର ଓଏଭି ସଂଗଠନ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ସ୍ପାର୍କ ୨୦୨୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ରଙ୍କ ଦ୍ଵାରା ପୁରସ୍କୃତ ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସୁଶ୍ରୀ ଇପ୍ସିତା।