-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
24-Sep-2022
ବଲାଙ୍ଗୀର -ବଲାଙ୍ଗୀର ଜିଲ୍ଲାର ପୂର୍ବତନ ଜିଲ୍ଲାଶିକ୍ଷାଅଧିକାରୀ ଲିଙ୍ଗରାଜ ମିଶ୍ରଙ୍କର ତାଙ୍କ ଶାନ୍ତିପଡା ସ୍ଥିତ ନିଜ ବସଭବନରେ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ କାରଣରୁ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ,ଦୁଇପୁଅ ମାନସ ଓ ତାପସ,ଦୁଇ ଝିଅ ସୁଜାତା ଓ ସଂଗୀତା,ଜ୍ୱାଇଁ ହରେକୃଷ୍ଣ ଓ ନଚିକେତା ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୂତିପଡା ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଓ ବଡପୁଅ ମାନସ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ଲିଙ୍ଗରାଜ ଜଣେ ସଚ୍ଚୋଟ ଶିକ୍ଷାଅଧିକାରୀ ରହିବା ସହିତ ବହୁଲୋକଙ୍କ ସହିତ ତାଙ୍କର ସାମାଜିକ ସଂମ୍ପର୍କ ରହିଆସିଥିଲା । ତେଣୁ ତାଙ୍କ ବିୟୋଗରେ ବଲାଙ୍ଗୀରରେ ଶୋକରଛାୟା ଖେଳିଯାଇଛି ।