-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
23-Sep-2022
ବୌଦ୍ଧ(ହୃଦାନନ୍ଦ ମେହେର) -ବୌଦ୍ଧଗଡ଼ ସମ୍ପଦ କେନ୍ଦ୍ର ଠାରେ ଯୋଗେନ୍ଦ୍ରଦେବ ହାଇସ୍କୁଲ ବାଳିକା ଊଚ୍ଚ ବିଦ୍ୟାଳୟ, ଓ ଖଲିଆ ବଗିଚା ସ୍କୁଲ ର ଛାତ୍ର ଛାତ୍ରୀ ମାନ ଙ୍କୁ ନେଇ ଏକ ଗର୍ବେଜ ଫ୍ରି ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ 120 ରୁ ଊର୍ଧ୍ୱ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଏଥିରେ ଓଦା ଅଳିଆ, ଶୁଖା ଅଳିଆ, ମୋ ଖତ, ବିପଦ୍ଜନକ ବର୍ଯ୍ୟ ବସ୍ତୁ, ଇଲୋକ୍ଟ୍ରୋନିକ୍ସ ବର୍ଯ୍ୟ ବସ୍ତୁ, ଘର ଭାଂବିବା ବେଳେ ବାହାରିଥିବା ଭଙ୍ଗା ଇଟା,ବାଲି,ଗୋଡି ଇତ୍ୟାଦି ଅବ୍ୟବହୃତ ଜିନିଷ ଉପରେ ସଚେତନତା କରିବା ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା କିପରି ସମ୍ପଦ କେନ୍ଦ୍ର ଠାରେ ଏହା
ପରିଚାଳିତ ହେଉଛି ସେ ବିଷୟ ରେ ପୁଙ୍ଖାନୁପୁଙ୍ଖ ଛାତ୍ର ଛାତ୍ରୀ ଙ୍କୁ ବୁଝାଇ ସଚେତନତା କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ସାନିଟେସନ ଏକ୍ସପର୍ଟ ସୁନୀଲ କୁମାର ପ୍ରଧାନ, ସ୍ୱଚ୍ଛ ସୁପରଭାଇଜର ଅର୍ଚନା ନାୟକ ଙ୍କ ସମେତ ସ୍ୱଚ୍ଛ ସାଥି, ସ୍ଵଛ କର୍ମୀ, ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ସିଂଘିଲ ୟୁଜ ପ୍ଲାଷ୍ଟିକ ଓ ଘରୁ ବାହାରୁଥିବା ସିଜିପି ୱେଷ୍ଟେଜ ଜିନିଷ ର ସଦ ବ୍ୟବହାର ଉପରେ ସ୍ୱଚ୍ଛ ସାଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପରାମର୍ଶ କରିଥିଲେ l