-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
23-Sep-2022
ପଦ୍ମପୁର: ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଗତକାଲି ତା.୨୨.୦୯.୨୦୨୨(ଗୁରୁବାର) ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସଭା ପ୍ରକୋଷ୍ଠ ରେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦlମୂଳକ ପାଠ୍ୟକ୍ରମ ର ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ମହାବିଦ୍ୟାଳୟର କମ୍ପ୍ୟୁଟର ବିଭାଗର ଅଧ୍ୟାପକ ମିଥୁନ ମେହେର ଓ ସଂସ୍କୃତ ବିଭାଗର ପ୍ରାଧ୍ୟlପକ ପ୍ରଭାତ କୁମାର ମହପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଅଧ୍ୟକ୍ଷ ଡ଼.ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ମହାବିଦ୍ୟାଳୟର ଗୌରବମୟ ପରମ୍ପରା ଓ ଐତିହ୍ୟ ବିଷୟ ରେ ଆଲୋକପାତ କରିଥିଲେ ତଥା ବିଭିନ୍ନ ନୀତିନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ l ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଶ୍ରୀମାନ ମହାପାତ୍ର ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ l ଇଂରାଜୀ ବିଭାଗର ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଶୃଙ୍ଖଳା ଓ କ୍ୟାରିୟର ଉପରେ ଗୁରୁତ୍ୱାରୋପ କରିଥିଲେ l ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡ଼. ମନୋଜ କୁମାର ପ୍ରଧାନ ସମୟ ନିର୍ଘଣ୍ଟ ଓ ପ୍ରାକଟିକାଲ ବିଷୟ ରେ ସୂଚନା ପ୍ରଦାନ କରିଥିଲେ l ଅର୍ଥନୀତି ବିଭାଗର ମୁଖ୍ୟ ତଥା ବାଳକ
ଛାତ୍ରାବାସ ର ଅଧୀକ୍ଷକ ଡ଼.ବିରଞ୍ଚି ସାହୁ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟ୍ୟାପିକା ତଥା ଛାତ୍ରୀନିବାସ ର ଅଧୀକ୍ଷକା ଶ୍ରୀମତୀ ଶର୍ମିଲା ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରାବାସ ଓ ଛାତ୍ରୀନିବାସ ର ନୀତିନିୟମ ଓ ରାଗିଂ ନିରୋଧ ଆଇନ ସମ୍ପର୍କ ରେ ଅବଗତ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରେ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା, ଗଜରାଜ ପାତ୍ର, ଶ୍ରୀମତୀ ବୁନି ସାହୁ ପ୍ରମୁଖ ଉଦବୋଧନ ଦେଇ ସକ୍ରିୟ ସହଯୋଗ କରିଥିଲେ l ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l
(ପଦ୍ମପୁର ରୁ ନରହରୀ ବଗର୍ତ୍ତୀଙ୍କ ରିପୋର୍ଟ)