-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
23-Sep-2022
ଗଣିଆ(ବିଜୟ ଲଷ୍ମୀ ରାଉତ): ନୟାଗଡ଼ ଜିଲ୍ଲା ଗଣିଆ ଥାନା ରାସଂଗ ଗ୍ରାମର ରଜତ ରାଉତ ତାଙ୍କ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆ କୁ ପଥର ଆଣିବା ପାଇଁ ଯାଇଥିଲେ । ପୂର୍ବ ଯୋଜନା ମୁତାବକ, ରାସଂଗ୍ ପଞ୍ଚାୟତ ଗୋଛାବାରି ଗ୍ରାମର ତାରେନି ବେହେରା ଓ ସାଗର ବେହେରାଙ୍କ ସହ ମୁଣ୍ଡିଆରେ ବଚସା ହୋଇଥିଲା ।
ସ୍ଥାନୀୟ ଲୋକ ଦାଶରଥି ମହାନ୍ତି ସେମାନଙ୍କୁ ଛଡେଇଥିଲେ। କିଛି ସମୟ ପରେ, ଘଟଣା ସ୍ଥଳରେ ଲୋକ ମାନେ ରୁଣ୍ଡ ହୋଇଥିଲେ । ଦେଶୀ ବନ୍ଧୁକ ସହ ରଜତ ଙ୍କ ମୃତ ଦେହ ପଡ଼ିଥିଲା । ଗଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ନ ସାରିଥିବାରୁ ପୋଲିସ କ୍ୟାମେରା ସାମ୍ନା ରେ କିଛି କହିବା ପାଇଁ ମନା କରିଦେଇଥିଲା ।