-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
20-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ): ଥରେ ନୁହେଁ କି ଦୁଇଥର ନୁହେଁ ଲିଖିତ ମୌଖିକ ଭାବରେ ୩ ଥର ହେଲା କର୍ତ୍ତଙ୍ଗ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ଦାବି କରି ଆସୁଥିଲେ ମଧ୍ୟ ସମସ୍ୟା ସମାଧାନ ନହେବାରୁ ପୁନର୍ବାର ଦାବି ପୂରଣ ନେଇ ସ୍ଥାନୀୟ ବିନିକା ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ଗ୍ରାମବାସୀ ଧାରଣାରେ ବସି ରହିଥିଲେ । ସୂଚନାଯୋଗ୍ୟ ଯେ ସେମାନଙ୍କ କହିବା ଅନୁଯାୟୀ ଗ୍ରାମର ଗୋଚର ଓ ଜଙ୍ଗଲ ଜମିକୁ ସ୍ଥାନୀୟ ରାଜସ୍ବ ଅଧିକାରୀ,ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ ଚାଷ କରି ବିପୁଳ ମାତ୍ରାରେ ଟଙ୍କା ଆଦାୟ କରି ଆସୁଛନ୍ତି ।ଯାହାକି ଗ୍ରାମର ଗାଈଗୋରୁ ଚରାଇବା ଓ ଖାଦ୍ୟ ଅନ୍ବେଷଣରେ ଗୋପାଳକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଜବରଦଖଲ ହୋଇଥିବା ଜମିର ତଦନ୍ତ ପୂର୍ବକ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପ୍ରତି ଘଣ୍ଟ ଘୋଡାଉ ଥିବାରୁ କର୍ତ୍ତଙ୍ଗ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟକୁ ଆସି ଧାରଣା ଆରମ୍ଭ କରି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଅଡି ରହିଥିଲେ ।ଖବର ପାଇ ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର ଘଟଣାସ୍ଥଳରେ ପହଂଚି ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ୧୫ଦିନ ମଧ୍ୟରେ ତଦନ୍ତ କରାଯିବ ଏବଂ ଦୋଷୀ ମାନଙ୍କ ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।