-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
17-Sep-2022
ବଲାଙ୍ଗୀର-ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ 17 ସେପ୍ଟେମ୍ବର ରେ ବିଶ୍ୱର ସବୁଠାରୁ ବଡ ରକ୍ତଦାନ ଅଭିଯାନ ଆହ୍ବାନ କ୍ରମେ ତୁଷୁରା ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ଶନିବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ତେରାପନ୍ଥ ଯୁବକ ପରିଷଦର ଅଧ୍ୟକ୍ଷ ମନୋଜ ଜୈନଙ୍କ ସଭାପତିତ୍ବରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ
ହୋଇଥିବା ବେଳେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ରେଡ଼କ୍ରସ ସୋସାଇଟିର ପୃଷ୍ଠାପୋଷକ ବିଷ୍ଣୁପ୍ରସାଦ କେଡ଼ିଆ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଥିଲେ । ବଣିକ ସଂଘ ସଭାପତି ଦୀନଦୟାଲ କେଡିଆ, ଜୈନ ତେରାପନ୍ଥ ସଭାର ଅଧ୍ୟକ୍ଷ ଅଶୋକ ଜୈନ ମଞ୍ଚାସୀନ ହୋଇଥିବା ବେଳେ ପ୍ରଥମେ ତହସିଲଦାର ଶ୍ରୀ ପଟେଲ ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ଦୋରା ରକ୍ତଦାନ କରିଥିଲେ ।ତୁଷୁରା ସରକାରୀ ଚିକିତ୍ସାଳୟର ଡାକ୍ତର ଲଲାଟେନ୍ଦୁ ନାୟକଙ୍କ ତତ୍ତ୍ବ ଅବଧାନରେ ବଲାଙ୍ଗୀରର ରକ୍ତଭଣ୍ଡାର ନରେଶ ଚନ୍ଦ୍ର ମିଶ୍ର, ଶେଖ ଅବଦୁଲ
ଅସରଫ, ପରମାନନ୍ଦ କୁଅଁର, ରାଜଶେଖର, ସୌମ୍ୟାରାଣୀ ସ୍ୱାଇଁ, ସାଇଲକ୍ଷ୍ମୀ ଆଚାର୍ଯ୍ୟ,ସୋନାଲି ପ୍ରଧାନ ପ୍ରମୁଖ ରକ୍ତଦାନ ଶିବିରକୁ ସହଯୋଗ କରି ରକ୍ତ ସଂଗ୍ରହ କରିଥିଲେ । ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ରକଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ନିଜେ ମଧ୍ୟ ରକ୍ତ ଦାନ କରିଥିଲେ। ରୋହିତ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରକୁ ଅରହମ ଜୈନ, ବିନିତ କୁମାର ଜୈନ ସହଯୋଗ କରିଥିଲେ।