-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Sep-2022
ସୁବର୍ଣ୍ଣପୁର - ଆଜି ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ପରିବର୍ତ୍ତନ' ପକ୍ଷରୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ସରସ୍ୱତୀ ଶିଶୁମନ୍ଦିର ଠାରେ ଭାରତର ଜଶସ୍ୱି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ ଅନେକ ହର୍ଷଉଲ୍ଲାସରେ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନ ଆଚାର୍ଯ୍ୟ ଗୋପୀନାଥ ବଗର୍ତ୍ତି ଙ୍କ ସହ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଯୋଗଦେଇ ମୋଦିଜୀ ଙ୍କର ଅନେକ ଦୃଢ଼ ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱରେ ଭାରତର ଏବେ ମାନବୃଦ୍ଧି ହୋଇଥିବା ବିଷୟରେ ଆଲୋଚନା କରିଥିବା ବେଳେ 'ପରିବର୍ତ୍ତନ ' ର ମୁଖ୍ୟ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ ଉପରେ ଆଲୋକପାତ କରିବାସହ ଉପସ୍ଥିତ ଶିଶୁ ଭାଇ ଭଉଣୀ ମାନଙ୍କୁ ଶୃଙ୍ଖଳିତ ରହି ବିଦ୍ୟା ଅଧ୍ୟୟନ ସହ ସ୍ୱାବଲମ୍ବନଶୀଳ ହେବାପାଇଁ ବହୁ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ ।ଏହି ପରିପ୍ରେକ୍ଷୀରେ ମୋଦିଜୀଙ୍କ ଦୃଢ଼ ନେତୃତ୍ବରେ ଭାରତ ଯେ ଖୁବଶୀଘ୍ର ବିଶ୍ୱଗୁରୁ ର ମୁକୁଟ ପିନ୍ଧିବ ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ମତବ୍ୟକ୍ତ କରି ତାଙ୍କର ଦୀର୍ଘ ନିରୋଗମୟ ଓ ମଙ୍ଗଳମୟ
ଭବିଷ୍ୟତ ଜୀବନ କାମନା କରିଥିଲେ। ଏ ଅବସରରେ ଶିଶୁମନ୍ଦିର ପରିସରରେ ଆମ୍ବ ତଥା ଅନେକ ଔଷଧିୟ ବୃକ୍ଷର ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଣ୍ଡୋଘାଟ ସରପଞ୍ଚ କେସନ ଜଗଦଲା,ସମାଜସେବୀ ଗୋବିନ୍ଦ ମିଶ୍ର,ସିର୍ନିବାସ ଚାନ୍ଦ, ଜିତେନ୍ଦ୍ର ମହାପାତ୍ର, ବାପି ଦାସ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗଦେଇ ଥିଲେ। ପରେ ସଂଧ୍ୟାରେ ଅନୁଷ୍ଠାନ ତରଫରୁ ସୋନପୁର ରୟାଲପଡିଆ ସନ୍ନିକଟସ୍ଥ ବାଲାଜୀ ମନ୍ଦିର ଠାରେ ମୋଦିଙ୍କ ଦୀର୍ଘ ଜୀବନ କାମନାକରି ଆଳତି ଓ ଦୀପଦାନ ଅନୁଷ୍ଠିତ ହୋଇଥିଲା।